ଚର୍ଚ୍ଚାରେ ପାଟକୁରା ନିର୍ବାଚନ ମଣ୍ଡଳୀ
ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ ରେ ଘାଇଲା କରୁଥିବା ବିଜେପି ର ବରିଷ୍ଠ ନେତା ବିଜୟ ମହାପାତ୍ର ଓ ପାଟକୁରା ନିର୍ବାଚନ ମଣ୍ଡଳୀ ଏବେ ଚର୍ଚ୍ଚା ରେ । ବିଜୟ ପୁଣି ଥରେ ବିଧାନ ସଭା କୁ ଯିବେ ନା ସରକାରୀ ଦଳ ଓ କଳ ର ରୋଷର ଶିକାର ହେବେ ତାକୁ ନେଇ ଏବେ କଳ୍ପନା ଜଳ୍ପନା ଲାଗି ରହିଛି । ସାରା ରାଜ୍ୟ ରେ ସାଧାରଣ ରେ ଚର୍ଚ୍ଚା ହେଉଛି ବିଜୟ ବାବୁ ଆଉଥରେ ବିଧାୟକ ହେବା ଅସମ୍ଭବ ବିଜୟ ମହାପାତ୍ର ଙ୍କ ପରି ଅଭିଜ୍ଞ ରାଜନେତା ବିଧାନ ସଭା କୁ ଯାଇ ରାଜ୍ୟ ବାସୀ ଙ୍କ ପ୍ରଶ୍ନ ବିଧାନ ସଭାରେ ଉଠାଇବା ତାହା ସମ୍ଭବ ହେବ କି ନାହିଁ ତାହା ତ ସମୟ କହିବ ଆଜି ବିଜୟ ମହାପାତ୍ର କହିଛନ୍ତି ବିଜେଡିର ଚକ୍ରାନ୍ତ ପାଇଁ ପାଟକୁରା ବିଧାନସଭା ନିର୍ବାଚନ ବିଳମ୍ଭ ହେଉଥିବା କହିଛନ୍ତି ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେଉଁ ଲୋକ ଟିକଟ ପାଇଁ ନବୀନ ନିବାସ ଯାଇପାରିଲେନି ଏବଂ ପ୍ରର୍ଥୀ ପତ୍ର ନିଜେ ଯାଇ ଦାଖଲ କରିପାରିଲେନି ଏଥିରୁ ଜଣା ପଡୁଥିଲା ଯେ ସରକାରୀ ଦଳ କେତେ ଆନ୍ତରିକତା ଅଛି ପାଟକୁରା ନିର୍ବାଚନ ପାଇଁ । ସୂଚନା ଅନୁସାରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ବେଦପ୍ରକାଶ ଙ୍କ ମୃତ୍ୟୁ ପରେ ଏହି ଆସରେ ନିର୍ବାଚନ ସ୍ଥଗିତ ରହିଥିଲା । ଆସନ୍ତା ୧୯ ତାରିଖରେ ଏଠାରେ ନିର୍ବାଚନ ହେବ ବୋଲି ନିର୍ବାଚନ କମିଶନ ତାରିଖ ଘୋଷଣା କରିଥିଲେ । କିନ୍ତୁ ଫନି ଯୋଗୁଁ ନିର୍ବାଚନ କୁ ୨ ମାସ ପାଇଁ ଘୁଞ୍ଚଇ ଦେଇଛନ୍ତି ଭାରତୀୟ କମିଶନ । ଏବେ ଅପେକ୍ଷା କେବେ ହେବ ପାଟକୁରାରେ ନିର୍ବାଚନ ଆଉ ପାଟକୁରା ବାସୀ କହାକୁ ନିର୍ବାଚିତ କରି ସେମାନଙ୍କ ପ୍ରତିନିଧି ରୂପେ ବିଧୀାନ ସଭା କୁ ପଠାଉଛନ୍ତି ।