ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି ତରଫରୁ ୭ ଦଫା ଦାବି ପୂରଣ କରିବା ପାଇଁ ଦାବି

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): ମାନନୀୟ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ୭ ଦଫା ଦାବି ପୂରଣ କରିବା ପାଇଁ ରାଜଧାନୀ ଶାଖାର ସଭାପତି ଶ୍ରୀଯୁକ୍ତ ଅକ୍ଷୟ କୁମାର ଜେନା, ସମ୍ପାଦକ କାହ୍ନୁଚରଣ ମଲ୍ଲିକ, ସଭାପତି (ଯାନ୍ତ୍ରିକ), ରାଜ୍ୟ ଜଳ ଯାନ୍ତ୍ରିକ କର୍ମଚାରୀ ସଂଘ ପ୍ରଶାନ୍ତ କୁମାର ମହାନ୍ତି, ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରତାପ ଚନ୍ଦ୍ର ମିଶ୍ର, ଲକ୍ଷ୍ମୀଧର ପଣ୍ଡା, କ୍ଷେତ୍ରମୋହନ ଦାସ, ଅଶୀଳ କୁମାର ବ୍ରହ୍ମ, ସରୋଜ କୁମାର ନାୟକ, ହାଡ଼ିବନ୍ଧୁ ନାୟକ, ଗିରିଧାରୀ ଜେନା, ବ୍ରଜମୋହନ ସାହୁ, ବିଜୟ କୁମାର ମହାପାତ୍ର ଓ ଆହୁରି ଅନେକ କର୍ମକର୍ତ୍ତା ଉପସ୍ଥିତ ରହି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଦାବିଗୁଡ଼ିକ ହେଲା (୧) ୨୦୧୯ ଜୁଲାଇରୁ ୫% ମହଙ୍ଗା ଭତ୍ତା ୨୦୨୦ ଫେବୃୟାରୀ ଦରମାରେ ନଗଦ ଆକାରରେ ପ୍ରଦାନ କରାଯାଉ (୨) ବର୍ଦ୍ଧିତ ଦରମାର ଗଚ୍ଛିତ ଅବିଶିଷ୍ଟ ୬୦% ନଗଦ ଆକାରରେ ଦିଆଯାଉ (୩) ଅନୁକମ୍ପାମୂଳକ ନିଯୁକ୍ତି ନିମନ୍ତେ ପ୍ରକାଶିତ ଆଦେଶକୁ ବାତିଲ କରି ପୂର୍ବଭଳି ନିଯୁକ୍ତି ପ୍ରକ୍ରିୟା ଚାଲୁ ରଖାଯାଉ (୪) ୨୦୧୬ରୁ ସଂଶୋଧିତ ଘରଭଡ଼ା ଭତ୍ତା ପ୍ରଦାନ କରାଯାଉ (୫) ସ୍ୱାସ୍ଥ୍ୟସେବାରେ ପାରା ମେଡ଼ିକାଲ କର୍ମଚାରୀମାନଙ୍କୁ ଆଉଟସୋର୍ସିଂ ଜରିଆରେ ନିଯୁକ୍ତି ଦେବା ପାଇଁ ପ୍ରକାଶିତ ଆଦେଶକୁ ବାତିଲ କରାଯାଉ (୬) କଣ୍ଟ୍ରାକ୍‌ଚୁଆଲ କର୍ମଚାରୀମାନଙ୍କୁ ଓ ସମସ୍ତ ଅସ୍ଥାୟୀ ଛଟେଇ ଆଉଟସୋର୍ସିଂ କର୍ମଚାରୀଙ୍କୁ ‘ସମାନ କାମକୁ ସମାନ ଦରମା’ ଭିତ୍ତିରେ ଦରମା ପ୍ରଦାନ କରାଯାଉ (୭) ୱାର୍କଚାର୍ଜ ଓ ୨୦୦୫ ମସିହା ପରେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ସ୍ଥିରୀକୃତ ପେନ୍‌ସନ ଦିଆଯାଉ ।ଉପରବର୍ଣ୍ଣିତ ସମସ୍ୟାଗୁଡ଼ିକ କର୍ମଚାରୀମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ମର୍ଯ୍ୟାଦାଜନକ ହୋଇଥିବାରୁ ଏହାକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ ନିମନ୍ତେ ଆଶୁ ପଦକ୍ଷେପ ନେବା ସହ ଘୋଷିତ ମହଙ୍ଗା ଭତ୍ତା ଆଦେଶ ତୁରନ୍ତ ସଂଶୋଧନ କରି ପୂର୍ବଭଳି ୨୦୧୯ ଜୁଲାଇରୁ ୨୦୨୦ ଜାନୁୟାରୀ ପର୍ଯ୍ୟନ୍ତ ୭ ମାସର ମହଙ୍ଗା ଭତ୍ତା ଚଳିତ ଫେବୃୟାରୀ ମାସ ଦରମାରେ ନଗଦ ଭାବେ ପ୍ରଦାନ କରିବାକୁ ଆଜିର ବିକ୍ଷୋଭ ସଭା ଦୃଢ ଦାବୀ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ