ତାକରଡାରେ ଆମ ପୋଲିସ ସମିତି ବୈଠକ
ବୁଗୁଡା,(ଅନିଲ କୁମାର ମହାରଣା) : ବୁଗୁଡା ଥାନା ଆମ ପୋଲିସ ସମିତି ପକ୍ଷରୁ ତାକରଡା ଗ୍ରାମରେ ବୁଧବାର ଥାନା ଆଇଆଇସି ଚିତ୍ତରଂଜନ ବେହେରାଙ୍କ ଅଧକ୍ଷତାରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୋଲିସ ଅଧିକାରୀ ମାନେ ଯୋଗ ଦଇ ସଡକ୍ ସୁରକ୍ଷା ଓ ନାରୀ ସଚେତନତା ,ପରିବେଶ ଉପରେ ଆଦି ସବିଶେଷ ଆଲୋକପାତ କରିଥିଲେ । ଏହା ପରେ ପୋଲିସ ର ଆନୁକଲ୍ୟରେ ମାଗଣା ସ୍ୱାସ୍ୟ୍ଥ ଶିବିର କରାଯାଇଥିଲା । ସ୍ୱାସ୍ୟ୍ଥ ଶିବିରରେ ୫୦ ଜଣ ବରିଷ୍ଠ ନାଗରିକ ସମେତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା କରିବା ସହ ଏହି କାର୍ଯ୍ୟକ୍ରମରେ ଆମ ପୋଲିସ ସମିତି ପକ୍ଷରୁ ୫୦ ଜଣ ବରିଷ୍ଠ ନାଗରିକଙ୍କ ସମେତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ମାଗଣା ଔଷଧ ବଣ୍ଟନ କରାଯାଇଥିଲା ।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବୁଗୁଡା ବ୍ଲକ ଅଧ୍ୟକ୍ଷା ମାମି ସେନାପତି, ସୁରେଶ ଚନ୍ଦ୍ର ଦାଶ, ଡାକ୍ତର ହିମାଂଶୁ ଶେଖର ପଣ୍ଡା ଓ ଡାକ୍ତର ଚିନ୍ମୟ କୁମାରୀ ସାମନ୍ତରାୟ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଯୋଗ ଦେଇଥିଲେ। ଆରକ୍ଷୀ ନିରୀକ୍ଷକ ଶ୍ରୀ ବେହେରା ଉପସ୍ଥିତ ଜନସାଧାରଣଙ୍କୁ ସଡକ ସୁରକ୍ଷା ଓ ପରିବେଶ ସୁରକ୍ଷା ବିଷୟରେ ପ୍ରାଞ୍ଜଳ ଭାବେ ବୁଝାଇ ଥିଲେ। ଏହି ଅବସରରେ ଆମ ପୋଲିସ ସମିତି ପକ୍ଷରୁ ୫୦ ଜଣ ବରିଷ୍ଠ ନାଗରିକଙ୍କ ସମେତ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା ।


