କେନ୍ଦ୍ରପଡା ଜିଲ୍ଲାରେ ଫନିର ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଓଡିଶାକୁ ପ୍ରତିବର୍ଷ ଲୋକମାନଙ୍କୁ ଘାଇଲା କରିଦେଇଛି ସାମୁଦ୍ରିକ ବାତ୍ୟା । ପୂର୍ବରୁ ଓଡିଶାରେ ଫାଇଲିନ ଓ ତିତଲି ସାମୁଦ୍ରିକ ବାତ୍ୟାର ତାଣ୍ଡବଲୀଳା ଲୋକମାନଙ୍କ ମନରୁ ଲିଭିନଥବା ବେଳେ ଆଜିି ଫନୀ ପ୍ରଭାବରେ ଗଞ୍ଜାମ ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଛିି । ଏଥର ପୁରୀ ଓ ଭୁବନେଶ୍ୱର ,କେନ୍ଦ୍ରପଡା ଓ ପୁରୀରେ ଫନୀର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବାତ୍ୟା ପରେ ବିଦ୍ୟୁତଖୁଣ୍ଟ ଆଦି ଓଲଟି ପଡିବାରୁ ବିଦ୍ୟୁତ ସେବା ବ୍ୟାହାତ ହୋଇଛି । ମୋବାଇଲ ରେ ଟାୱାର ଟଳିପଡିଥିବାରୁ ଯୋଗାଯୋଗ ମଧ୍ୟ କରିବା ସମ୍ଭବ ପର ହେଉନାହିଁ । କେନ୍ଦ୍ରପଡା ଜିଲ୍ଲାରେ ଫନୀର ପ୍ରଭାବରେ ୩ ଜଣ ପ୍ରାଣ ହରାଇଥିବା ବେଳେ ୧ ଲକ୍ଷ ୧୭ ହଜାର ଲୋକଙ୍କୁ ସୁରକ୍ଷିତ ଆଶ୍ରୟ ସ୍ଥଳିରେ ରଖାଯାଇଥିଲା । ବାତ୍ୟା ବେଳେ ରାଜ୍ୟ ସରକାର ଓ ପ୍ରଶାସନ ତରଫରୁ ଯେଉଁ ଯୁଦ୍ଧକାଳୀନ ଭିତିରେ ଉଦ୍ଧାର କରାଯାଇଛି ।ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ସମୀକ୍ଷା କରି କହିଛନ୍ତି । ଚଳିତ ୧୨ ତାରିଖ ମଧ୍ୟରେ ଲୋକମାନଙ୍କୁ ବିଦ୍ୟୁତ ସେବା ଯୋଗାଇଦେବା ପାଇଁ ଅହରହ ଉଦ୍ୟମ ଜାରୀ ରହିଛି । ସେହିପରି କେନ୍ଦ୍ରପଡା ଅଂଚଳରେ ମଧ୍ୟ ବିଦ୍ୟୁତ ପାଇଁ ଗୁରୁତ୍ୱରୋପ ଦିଆଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ