ଲଗାଣ ବର୍ଷାରେ ବେହାଲ କୋରାପୁଟ ରାୟଗଡା କେଆର ରେଳ ଲାଇନ

କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ): ରେଳ ଟ୍ରାକ୍‌ରେ ପାଣି ଲଗାଣ ବର୍ଷାର ପ୍ରଭାବ ଏବେ ରେଳ ଚଳାଚଳ ଉପରେ। ରାୟଗଡ଼ା ଜିଲ୍ଲାର ଟିକିରି ଷ୍ଟେସନ୍ ନିକଟରେ ରେଳ ଟ୍ରାକ୍‌ରେ ପ୍ରାୟ ଦୁଇ ଫୁଟ ପାଣି ବର୍ଷା ପାଣି ଜମିବାରୁ କୋରାପୁଟ–ବିଶାଖାପାଟଣାମ୍ ଯାତ୍ରୀବାହୀ ଟ୍ରେନ୍ ପ୍ରାୟ ଦୁଇ ଘଣ୍ଟା ଧରି ଅଟକି ରହିଛି। ଏହାପରେ  ଦିନ ୧୨:୧୫ରାୟଗଡା ଅଭିମୁଖେ ବାହାରି ଥିଲା ଟ୍ରେନ୍‌ରେ ଥିବା ଶତାଧିକ ଯାତ୍ରୀ ଅସୁବିଧାରେ ପଡ଼ିଥିବା ବେଳେ ବର୍ଷା କମିଲେ ପୁଣି ଥରେ ଟ୍ରେନ୍ ଚଳାଚଳ ସ୍ୱଭାବିକ ହୋଇଛି। ଆଜି ଭୋରରୁ ରାୟଗଡ଼ା ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ଲଗାତାର ବର୍ଷା ଯୋଗୁଁ ପାହାଡ଼ିଆ ଅଞ୍ଚଳରୁ ଆସୁଥିବା ପାଣି ଟିକିରି ଷ୍ଟେସନ୍ ନିକଟ ରେଳ ଟ୍ରାକ୍ ଉପରେ ଜମିଯାଇଛି। ଟ୍ରାକ୍ ପାଖରେ ଥିବା ଡ୍ରେନ୍‌ର ପାଣି ମଧ୍ୟ ରେଳ ଧାରଣା ଉପରକୁ ଚଢ଼ି ଆସିବାରୁ ପ୍ରାୟ ଦୁଇ ଫୁଟ୍ ପାଣି ଜମା ହୋଇଥିଲା। ଏହାର ପ୍ରଭାବରେ ସକାଳ ୧୦ ଟାରୁ ଟିକିରି ଷ୍ଟେସନ୍‌ରେକୋରାପୁଟ–ବିଶାଖା ପାଟଣାମ୍ ଯାତ୍ରୀବାହୀ ଟ୍ରେନ୍‌କୁ ଅଟକାଇ ଦିଆଯାଇଛି। ଦିନ ୧୨ଟାରେ ରାୟଗଡ଼ାରେ ପହଞ୍ଚିବାକୁ ଥିବା ଟ୍ରେନ୍ ପ୍ରାୟ ଦୁଇ ଘଣ୍ଟା ଧରି ଅଟକି ରହିବାରୁ ଶତାଧିକ ଯାତ୍ରୀ ଟ୍ରେନ୍‌ ଭିତରେ ଫସି ରହିଛନ୍ତି। ସେହିପରି ରାଉଳୀ ଷ୍ଟେସନ୍ ନିକଟ ଟ୍ରାକ୍‌ରେ ମଧ୍ୟ ବର୍ଷା ପାଣି ଜମିଥିବା ସୂଚନା ମିଳିଛି। ଘଟଣା ପରେ ରେଳବାଇ ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି। ବର୍ଷା କମିବା ସହ ଟ୍ରାକ୍‌ରୁ ପାଣି ହଟିଲା ଏବଂ ସୁରକ୍ଷା ଯାଞ୍ଚ ପରେ ଟ୍ରେନ୍ ଚଳାଚଳ  ଆରମ୍ଭ ହୋଇଛି ବୋଲି ରେଳବାଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ