ଭାରସାମ୍ୟ ହରାଇ କେନାଲ କଡ଼କୁ ଖସିଲା ହୁଣ୍ଡାସିଟି କାର: ଅଳ୍ପକେ ବର୍ତ୍ତିଲେ ଚାଳକ

ନାଉଗାଁ (ପ୍ରଦୋଷ ମହାନ୍ତି): ଜଗତସିଂହପୁର ଜିଲ୍ଲା   ବାଲିଭଉଁରୀ-ଶିଖରଘାଟ ରାସ୍ତାର ବାଜପୁର କତା ମିଲ୍ ନିକଟରେ ଏକ ହୁଣ୍ଡା ସିଟି କାର ଭାରସାମ୍ୟ ହରାଇ କେନାଲ କଡ଼କୁ ଖସି ପଡିଥିବା ଦେଖାଯାଇଛି। ଏହି ଦୁର୍ଘଟଣାରେ ଗାଡ଼ି ଚାଳକ ଓ ଜଣେ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାଯାଇଛି। ସୂଚନା ମୁତାବକ ସୋମବାର ଅପରାହ୍ନରେ ନାଉଗାଁ ଅଭିମୁଖେ ଆସୁଥିବା ଓଡି ୦୨ ଏଜେ ୩୧୩୧ ହୁଣ୍ଡା ସିଟି କାର ଭାରସ୍ୟାମ ହରାଇ ବାଜପୁରର କତା ମିଲ ନିକଟରେ କେନାଲକୁ ଖସି ପଡିଥିଲା। ସ୍ଥାନୀୟ ଲୋକେ ଏହା ଦେଖି ଗାଡ଼ି ନିକଟକୁ ଆସି ଗାଡ଼ି ଚାଳକ ଓ ଗାଡ଼ିରେ ଥିବା ଜଣେ ଯାତ୍ରୀକୁ ଉଦ୍ଧାର କରିଥିଲେ।ସୌଭାଗ୍ୟବସତଃ ଚାଳକ ଏବଂ ଯାତ୍ରୀ ଜଣକ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି | ଅନ୍ୟପଟରେ ଏହି ବାଲିଭଉଁରୀ-ଶିଖରଘାଟ ରାସ୍ତାରେ ଖାଲଖମା ହୋଇଥିବା ବେଳେ ଲଗାଣ ବର୍ଷାରେ ହୋଇଥିବା ଖାଲଖମାରେ ବର୍ଷା ପାଣି ପୂର୍ଣ୍ଣ ହୋଇ ରହିଛି । ଅଜଣା ଗାଡ଼ି ଚାଳକମାନେ ରାସ୍ତାରେ ଥିବା ଖାଲ ଗୁଡ଼ିକ ଜାଣି ନପାରି ବାରମ୍ବାର ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି।ତେଣୁ ରାସ୍ତାକୁ ତୁରନ୍ତ ମରାମତି କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି  |
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ