ହଦଗଡ଼ ଡ୍ୟାମର ଖୋଲିଲା ତିନୋଟି ଗେଟ୍

ହାଟଡ଼ିହି(ଓ୍ବାଇଏନଏସ): ଗତ ଚାରିଦିନ ହେଲା ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହଦଗଡ଼ ସାଳନ୍ଦୀ ଜଳ ଭଣ୍ଡାର ର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଡ୍ୟାମର ସୁରକ୍ଷାକୁ ଆଖିଆଗରେ ରଖି ଡ୍ୟାମ କର୍ତ୍ତୃପକ୍ଷ ଦୁଇଦିନ ତଳେ ଦୁଇଟି ଗେଟ ଖୋଲି ନଦୀ ମଧ୍ୟଦେଇ ଜଳ ନିଷ୍କାସନ କରିଥିବା ବେଳେ  ପୁନର୍ବାର ଗତକାଲି ଠାରୁ ଦୁଇଟି ସୁଇସ ଗେଟ ଓ ଗୋଟିଏ ରେଡ଼ିଏଲ  ଗେଟ ଖୋଲି ଜଳ ନିଷ୍କାସନ କରୁଛନ୍ତି।  ଡ୍ୟାମ ର ଜଳଧାରଣ କ୍ଷମତା ୫୫ ହଜାର ୬ ଶହ ୫୦ ହେକ୍ଟମିଟର ଥିବା ବେଳେ ବର୍ତମାନ  ୪୫ ହଜାର ୫୯୮ହେକ୍ଟମିଟର ଜଳ ରହିଛି | ଡ୍ୟାମ ର ବିପଦ ସଂକେତ ୮୨.୩୦ମିଟର ଥିବା ବେଳେ ବର୍ତ୍ତମାନ ଜଳସ୍ତର ୭୭.୦୪ ମିଟର ରହିଛି | ବର୍ତ୍ତମାନ ଡ୍ୟାମ ରେ ଘଣ୍ଟା ପ୍ରତି ୪୫.୩୦ କ୍ୟୁବିକ ମିଟର ଜଳ ପ୍ରବେଶ କରୁଥିବା ବେଳେ ତିନୋଟି ଗେଟ ରେ ୩୬.୮୧ କ୍ୟୁବିକ ମିଟର ନିଷ୍କାସନ ହେଉଛି ବୋଲି ହଦଗଡ଼ ସହକାରୀ ଯନ୍ତ୍ରୀ ପୁରୁଷୋତ୍ତମ ମାରାଣ୍ଡି ସୂଚନା ଦେଇଛନ୍ତି। ଭଦ୍ରକ ଜିଲ୍ଲାର ତଳ ଅଂଚଳରେ ଯେପରି ବନ୍ୟା ପରିସ୍ଥିତି ସୃଷ୍ଟି ନହେବ ତାହାକୁ ଦୃଷ୍ଟିରେ ରଖି   ନଦୀ ମଧ୍ୟ ଦେଇ ଜଳ ଛଡ଼ାଯାଉଥିବା ଡ୍ୟାମ କର୍ତ୍ତୃପକ୍ଷ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ