ଜେ.ଡି.ଟି ଡ୍ୟାନ୍ସ ଏକୋଡେମୀ ପକ୍ଷରୁ ଲୋକକଳା ସମ୍ମାନ ଉତ୍ସବ

ବ୍ରହ୍ମପୁର ର ଅନନ୍ୟ ଅନୁଷ୍ଠାନ ଜେ.ଡି.ଟି ଡ୍ୟାନ୍ସ ଏକୋଡେମୀ ପକ୍ଷରୁ ଲୋକକଳା ସମ୍ମାନ ଉତ୍ସବ ଆୟୋଜିତ ହୋଇଯାଇଛି । ବ୍ରହ୍ମପୁର ସହରର ହିଲପାଟଣା ସ୍ଥିତ ସଂସ୍କୃତି ଭବନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ଉନ୍ନୟନ କର୍ତ୍ତୁପକ୍ଷର ଅଧ୍ୟକ୍ଷ ସୁବାସ ମହାରଣା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ରୂପେ ବ୍ରହ୍ମପୁର ମହାନଗର ନିଗମ ର ଡେପିୁଟି କମିଶନର ସୌରନ୍ଦ୍ର କୁମାର ରାଉତରାୟ , ଓଟିଭି ର ବ୍ରହ୍ମପୁର ର ପ୍ରତିନିଧି ଅଶୋକ କୁମାର ବ୍ରହ୍ମା ଓ ଇଟିଭି ଭାରତ ର ବ୍ରହ୍ମପୁର ପ୍ରତିନିଧି ସମୀର କୁମାର ଆଚାର୍ଯ୍ୟ ଓ ଅନୁଷ୍ଠାନର ସଭାପତି ତଥା ପୂର୍ବତନ ଜିଲ୍ଲା ସଂସ୍କୃତି ଅଧିକାରୀ କୃଷ୍ଣଚନ୍ଦ୍ର ନିଶାଙ୍କ ପ୍ରମୁଖ ମଞ୍ଚାସୀନ ରହି ଏକୋଡମୀ ପକ୍ଷରୁ ଅନୁଷ୍ଠାନ ପକ୍ଷରୁ ସହରର ଶିଶୁ କଳାକାର ଙ୍କ ଠାରୁ ଆରମ୍ଭ କରି ଯୁବ ବର୍ଗ ଙ୍କ ମଧ୍ୟରେ ରହିଥିବା ଅନ୍ତନିର୍ହିତ କଳାକୁ ବିକାଶ କରିବା ପାଇଁ ଜାରି ରହିଥିବା ଉଦ୍ୟମ କୁ ଭୂୟଶୀ ପ୍ରଶଂସା କରିଥିଲେ । ଏପରିକି ଏହି ଅବସରରେ ଫନି ବାତ୍ୟାରେ କ୍ଷତିଗ୍ରସ୍ତ ଙ୍କୁ ସମସ୍ତେ ନିଜ ନିଜର ଯଥାସମ୍ଭବ ସହାୟତା ପ୍ରଦାନ କରିବାକୁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯିବା ସହ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ୍ ପାଣ୍ଠି କୁ ସମସ୍ତେ ସହଯୋଗ କରିବାକୁ ବାର୍ତ୍ତା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜେ.ଡି.ଟି ଡ୍ୟାନ୍ସ ଏକୋଡେମୀ ର ସଂପାଦକ ତଥା ନିର୍ଦ୍ଧେଶକ ଜିତେନ୍ଦ୍ର କୁମାର ଦାଶ , ଶାନ୍ତୁନୁ କୁମାର ଦାଶ ,ରଶ୍ମି ରଞ୍ଜନ ସାହୁ ଓ ନୂତନ ଶତପଥୀ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନ୍ନା କରିଥିବା ବେଳେ ଏହି ଅବସରରେ ନାଟକ ନିର୍ଦ୍ଧେଶକ ପ୍ରୀତିରଞ୍ଜନ ପ୍ରଧାନ ଓ ଗୁରୁ ନାରାୟଣ ନାହାକ ଙ୍କୁ ଲୋକକଳା ସମ୍ମାନ ରେ ସମ୍ମାନୀତ କରାଯାଇଥିଲା । ଅନୁଷ୍ଠାନର କଳାକର ଙ୍କ ପକ୍ଷରୁ ଗଣେଷ ବନ୍ଦନା ନୃତ୍ୟରେ କାର୍ଯ୍ୟକ୍ରମ ଶୁଭାରମ୍ଭ ହେବା ପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ରାଜଧାନୀ ଭୁବନେଶ୍ୱର ରୁ ଆସିଥିବା କିଲେର୍ ବୟର କଳାକର ମାନଙ୍କ କାର୍ଯ୍ୟକ୍ରମ ଦର୍ଶକ ଙ୍କ ବେଶ ମନ ମୋହିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ