ବିଭିନ୍ନ ସାହିରେ ଗଣେଶ ମେଢ଼ ବୁଲିଲେ ବିଜେପି ପ୍ରତିନିଧିମଣ୍ଡଳୀ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ): ବେଲଗୁଣ୍ଠା ସହରରେ ଚାଲିଥିବା ଗଣେଶ ପୂଜା ଉତ୍ସବ ଅବସରରେ ବିଭିନ୍ନ ସାହିରେ ଆୟୋଜିତ ଗଣେଶ ମେଢ଼ ପରିଦର୍ଶନ କରିଛନ୍ତି ସୋରଡ଼ା ବିଧାୟକଙ୍କ ପ୍ରତିନିଧି ଜିତେନ୍ଦ୍ର ନାୟକ। ସେ ଗୋପୀନାଥ ସାହି, ଗୋଲା ସାହି, ରେଡିକା ସାହି, ଚଷା ସାହି, ହାଟପଦା, ଜଗନ୍ନାଥ ପ୍ରସାଦ ରୋଡ, କୋଳି ସାହି ଅଞ୍ଚଳରେ ପହଞ୍ଚି ଗଣେଶଙ୍କ ଦର୍ଶନ କରିବା ସହ ପୂଜା କମିଟି ଓ ଆୟୋଜକମାନଙ୍କ ସହ ଆଲୋଚନା କରିଥିଲେ। ବିଭିନ୍ନ ପୂଜା ମଣ୍ଡପରେ ଆୟୋଜିତ ୧୦୮ ଆଳତି ଦର୍ଶନ କରି ଭଗବାନ ଗଣେଶଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ବେଲଗୁଣ୍ଠାର ଗଣେଶ ପୂଜାରେ ରହିଥିବା ସ୍ୱତନ୍ତ୍ର ପରମ୍ପରା, ଭକ୍ତି ଓ ସାମାଜିକ ଏକତାକୁ ସେ ପ୍ରଶଂସା କରିଥିଲେ।ଏହି ଅବସରରେ ବେଲଗୁଣ୍ଠା ବିଜେପି ମଣ୍ଡଳ ସମ୍ପାଦକ ସୂର୍ଯ୍ୟନାରାୟଣ ତ୍ରିପାଠୀ, ବରିଷ୍ଠ ବିଜେପି ନେତା ନୀଳାଞ୍ଚଳ ମହାପାତ୍ର, କାଉନସିଲର ଦିବ୍ୟ ରଞ୍ଜନ ଦାସ, ଭାସ୍କର ପାତ୍ର, ବିଶ୍ୱନାଥ ଦଳାଇ, ବ୍ଲକ୍ ଉପାଧ୍ୟକ୍ଷାଙ୍କ ପ୍ରତିନିଧି ପ୍ରମୋଦ ପ୍ରଧାନ, ମନି ଖଟେଇ, ଶଙ୍କର ପାତ୍ର, ବଳିଆ ପାତ୍ର, ବିଶ୍ୱନାଥ ସାହୁ, ଚିତ୍ତ ବିଷୋୟୀ, ଆଲୋକ ସାହାଣୀ, ସୁରେଶ ଚୌଧୁରୀ ଓ ବାପ ସୁବୁଦ୍ଧିଙ୍କ ସମେତ ବହୁ କର୍ମୀ ଓ ସ୍ଥାନୀୟ ଯୁବକ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ଗତକାଲି ଆଳିଆ ସାହିରେ ଗଣେଶ ପୂଜା ଅବସରରେ ଇଡଲି, ତରକାରୀ, ଦହିବୁନ୍ଦି ଓ କାନିକା ପ୍ରସାଦ ବଣ୍ଟନ,ଗୋପୀନାଥ ସାହିରେ ପଣା, ରେଡ଼ିକା ସାହିରେ ଅନ୍ନ ପ୍ରସାଦ, ଜଗନ୍ନାଥ ପ୍ରସାଦ ରୋଡ ରେ ଲଡୁ, କୋଳି ସାହି ମଠରେ କାନିକା, ପେଣ୍ଠ ସାହିରେ କନିକା ବଣ୍ଟନ କରାଯାଇଥିବାବେଳେ କେଉଟ ସାହିରେ ଇଡଲି ଓ ତରକାରୀ ପ୍ରସାଦ ବଣ୍ଟନ ହୋଇଥିଲା। ବେଲଗୁଣ୍ଠାର ବିଭିନ୍ନ ସାହିରେ ଭିନ୍ନ ଭିନ୍ନ ପରମ୍ପରା ଓ ଆକର୍ଷଣୀୟ ଆୟୋଜନ ମାଧ୍ୟମରେ ଗଣେଶ ପୂଜା ପାଳନ ହେଉଥିବାରୁ ସହରରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ