ସୁରକ୍ଷାକର୍ମୀଙ୍କ ଗୁଳିରେ ଆଇଏସ କମାଣ୍ଡର ନିହତ

ଜାମ୍ମୁ କାଶ୍ମୀର ଓ ସୋପିଆନ ଆଶିପୋରା ଅଂଚଳରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଆଇଏସ କମାଣ୍ଡର ନିହତ ହୋଇଥିବା ସୂଚନା ମିଳିଛି । ଆତଙ୍କୀ କ ନାମ ଇଶାକ ସୋଫି ,ଘର ସୋଫେକ ଅଂଚଳରେ ବୋଲି ଧରାପଡିଛି । ଇଶାକ୍ ଇସଲାମିକ ଷ୍ଟେଟର ଜାମ୍ମୁ କାଶ୍ମୀର ର କମାଣ୍ଡର ଥିଲେ । ସଂପୃକ୍ତ ଅଂଚଳରେ ଆତଙ୍କବାଦୀ ମାନେ ଲୁଚିରହିଥିବା ଖବର ମିଳିବା ପରେ ସେନା ପକ୍ଷରୁ ଗୁରୁବାର ରାତ୍ରରେ ଅପରେସନକୁ ଜୋରଦାର କରାଯାଇଥିଲା ।ଆତଙ୍କବାଦୀ ମାନେ ଲୁଚିରହିଥିବା ଅଂଚଳକୁ ସେନା ଘେରିଯାଇ୍ଥିଲେ । ଆତଙ୍କବାଦୀ ମାନେ ଘଟଣା ସ୍ଥଳରୁ ଚାଲିଯିବାକୁ ପ୍ରୟାସ କରି ଗୁଳି ଚାଳନା କରିଥିଲେ । ସେନା ପକ୍ଷରୁ କଡା ଯବାବ ଦିଆଯାଇଥିଲା । ଯବାନଙ୍କ ପାଲଟା ଯବାବରେ ଆଇଏସ କମାଣ୍ଡର ନିହତ ହୋଇଛି । ସକାଳ ୮ ଟା ସୁଦ୍ଧା ଆତଙ୍କବାଦୀ ଓ ସେନା ପକ୍ଷରୁ ଗୁଳିଚାଳନା ଜାରୀ ରହିଥିବା ଖବର ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ