ଶ୍ରୀଲିଙ୍ଗରାଜ ମନ୍ଦିରରେ ଶ୍ରମଦାନ ଶିବିର

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌):ମହାଶିବରାତ୍ରି ପରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୀଠରେ ଏକ ସ୍ୱେଚ୍ଛାକୃତ ଶ୍ରମଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମହାଶିବରାତ୍ରିରେ ଶ୍ରଦ୍ଧାଳୁ ଓ ଭକ୍ତମାନେ ଛାଡ଼ି ଯାଇଥିବା ଦୀପ, ବେଲପତ୍ର, ଫୁଲ, କୁଡ଼ୁଆ, ପଲିଥିନ୍ ଆଦିକୁ ସ୍ୱେଚ୍ଛାସେବୀମାନେ ପରିଷ୍କାର କରିଥିଲେ । ଏତଦ୍‌ସହ ମନ୍ଦିରର ଗର୍ଭଗୃହ ଓ ମନ୍ଦିର ପରିସରରେ ଜମା ହୋଇ ରହିଥିବା କୁଢ କୁଢ ବର୍ଜ୍ୟ ଗୁଡ଼ିକୁ ସଫା କରି ବାହାରେ ନେଇ ପକାଇଥିଲେ । ୨୦୦୩-୨୦୨୦ ମସିହା ଦୀର୍ଘ ୧୮ ବର୍ଷ ଧରି ପରିବେଶ, ପରିମଳ, ଜାତୀୟ ଐତିହ୍ୟ, କୀର୍ତ୍ତିରାଜିର ସୁରକ୍ଷା ସହ ଆଧ୍ୟାତ୍ମିକ ଚିନ୍ତାଧାରାରେ ସାମିଲ୍ କରିବା ଉଦ୍ଦେଶ୍ୟରେ ପରିବେଶବିତ୍ ତଥା ସାମାଜିକ କର୍ମୀ ସୁଶାନ୍ତ ସାହୁ ନିରନ୍ତର ଓ ନିରବଚ୍ଛିନ୍ନ ଭାବେ ଏହି ଶ୍ରମଦାନ କାର୍ଯ୍ୟକ୍ରମ କରି ଆସୁଛନ୍ତି । ଏହି ଶ୍ରମଦାନ ଶିବିରରେ ବିଭିନ୍ନ ସାମାଜିକ ସଂଗଠନ ସାମିଲ୍ ହୋଇଥିଲେ । ଚଳିତବର୍ଷ ମିସିଙ୍ଗ୍ ଫାଉଣ୍ଡେସନ୍‌, ସୁରେନ୍ଦ୍ର ନାଥ ଜେନା ଟ୍ରଷ୍ଟ, ନୂଆଦିଲ୍ଲୀର ସାମାଜିକ ସଂଗଠନ ‘ଆଶ୍ରା’, ଧଉଳି ଚାରୁକଳା ମହାବିଦ୍ୟାଳୟର ଏନ୍‌.ଏସ୍‌.ଏସ୍‌. ଛାତ୍ରଛାତ୍ରୀ, କସ୍ତୁରବା ଶିକ୍ଷାଶ୍ରମର ସ୍କାଉଟ୍ ଆଣ୍ଡ୍ ଗାଇଡ୍ସ୍‌, ବି.ଆଇ. ପ୍ରୋଫେସନାଲ୍ସ, ଶ୍ରୀ ସତ୍ୟସାଇ ସେବା ସମିତି, ଭୁବନେଶ୍ୱର ଇତ୍ୟାଦିର ସ୍ୱେଚ୍ଛାସେବୀମାନେ ଏଥିରେ ସାମିଲ୍ ହୋଇଥିଲେ । ଶିବିରକୁ ରଞ୍ଜନ କୁମାର ଦାସ, ପଞ୍ଚାନନ ସାମଲ, ପ୍ରତାପଚନ୍ଦ୍ର ପ୍ରଧାନ, ଗୋପୀମୋହନ ପଟ୍ଟନାୟକ, ଶ୍ରୀପତି ଆଚାର୍ଯ୍ୟ, ଶୁଭ୍ରାଂଶୁ ମହାନ୍ତି, ଗାଇଡ୍ କ୍ୟାପଟେନ୍ ଜ୍ୟୋତ୍ସ୍ନାରାଣୀ ନନ୍ଦ, ସାମାଜିକ କର୍ମୀ ପ୍ରିୟବ୍ରତ ପଣ୍ଡା, ତ୍ରିଲୋଚନ ବେଉରା, ମିହିରକାନ୍ତ ପ୍ରହରାଜ, ବିଶ୍ୱକାନ୍ତ ପଣ୍ଡା, ଲକ୍ଷ୍ମୀଧର ସ୍ୱାଇଁ, ବିଶ୍ୱଜିତ୍ ବେହେରା, ଅନୁପମା ପଣ୍ଡା, କେଶବ କୁମାର ଭୁଜବଳ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ସ୍ୱେଚ୍ଛାସେବୀମାନଙ୍କର ଏତାଦୃଶ କାର୍ଯ୍ୟ ଓ ନିରନ୍ତର ସେବାକୁ ଜନସାଧାରଣ ବେଶ୍ ପ୍ରଶଂସା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ