ଭାରତ ଏବେ ଆଉ ପୁରୁଣା ନୁହେଁ ନୂତନ ରାସ୍ତାରେ ଚାଲିବାକୁ ପ୍ରସ୍ତୁତ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ଆଜି ୬୨ତମ ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମ ମାଧ୍ୟମରେ ଦିଲ୍ଲୀର ’ହୁନର୍‌ ହାଟ୍‌’ ସମ୍ପର୍କରେ କହିଛନ୍ତି ପ୍ରଧାନମନ୍ତ୍ରୀ । ‘ହୁନର୍‌ ହାଟ’ କାରିଗରଙ୍କ ସ୍ବପ୍ନକୁ ଡେଣା ଦେଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହୁନର୍‌ ହାଟ୍‌ର ପରି ଏକ ଛୋଟିଆ ସ୍ଥାନରେ ଆମ ଦେଶର ବିଶାଳତା, ସଂସ୍କୃତି, ପରମ୍ପରା, ଖାଦ୍ୟପେୟ ଏବଂ ଭାବାବେଗର ବିବିଧତାକୁ ଦର୍ଶନ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କାମ୍ୟା ଓ ମୁରାଦାବାଦର ହମୀରପୁର ଗ୍ରାମର ଦିବ୍ୟାଙ୍ଗ ସଲମାନ ଓ କେରଳ ବୟସ୍କା ବିଦ୍ୟାର୍ଥୀ ଭାଗିରଥୀ ଆମ୍ମାଙ୍କ ବିଷୟରେ କହିଥିଲେ । ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଦୃଢମନା ହୋଇ ଏମାନେ କିପରି ବିଜୟୀ ହୋଇଛନ୍ତି ସେ ସମ୍ପର୍କରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ସେହିପରି ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ ଭାରତର ଜୈବିକ ବିବିଧତା ଓ ଶୀତ ସମୟରେ ଭାରତକୁ ଆସୁଥିବା ବିଦେଶାଗତ ପକ୍ଷୀଙ୍କ ସମ୍ପର୍କରେ ମଧ୍ୟ ଉତ୍ଥାପନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମର ଜୈବବିବିଧତା ମଧ୍ୟ ସମଗ୍ର ମାନବ ଜାତି ପାଇଁ ଜ୍ଞାନର ଗୋଟିଏ ଗନ୍ତାଘର, ଯାହାକୁ ଆମେ ସାଇତି କରି ରଖିବାକୁ ହେବ, ସଂରକ୍ଷିତ କରି ରଖିବାକୁ ହେବ ଆଉ ଏହା ସମ୍ପର୍କରେ ଅଧିକ ଅନୁସନ୍ଧାନ ମଧ୍ୟ କରିବାକୁ ପଡ଼ିବ ବୋଲି କହିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ‘ମନ୍‌ କୀ ବାତ୍‌’ରେ ବିଜ୍ଞାନ ପ୍ରତି ଯୁବପିଢିଙ୍କ ରୁଚି ବଢୁଥିବାର କହିଛନ୍ତି । ବିଜ୍ଞାନ ପ୍ରତି ପିଲା ଏବଂ ଯୁବବର୍ଗଙ୍କ ଉତ୍ସାହକୁ ବୃଦ୍ଧି ତଥା ବୈଜ୍ଞାନିକ ଚିନ୍ତାଧାରାକୁ ବୃଦ୍ଧି କରିବା ପାଇଁ ଶ୍ରୀହରିକୋଟାରୁ ହେଉଥିବା ରକେଟ୍ ଲଂଚିଙ୍ଗ୍‌କୁ ସାମ୍ନାରେ ବସି ଦେଖିପାରିବାର ବ୍ୟବସ୍ଥା ହୋଇଛି।
ଭାରତ ଏବେ ଆଉ ପୁରୁଣା ରାସ୍ତାରେ ନୁହେଁ ନୂତନ ରାସ୍ତାରେ ଚାଲିବାକୁ ପ୍ରସ୍ତୁତ ବୋଲି କହିଛନ୍ତି । ଭାରତୀୟ ମା’ ଓ ଭଉଣୀମାନେ ଆଗକୁ ଆସି ଆହ୍ବାନଗୁଡ଼ିକର ମୁକାବିଲା କରିବା ଆରମ୍ଭ କଲେଣି । ଯାହା ସମାଜରେ ଏକ ସକରାତ୍ମକ ପରିବର୍ତ୍ତନ ସୃଷ୍ଟି କରୁଛି । ବିହାର ପୂର୍ଣ୍ଣିୟାଙ୍କ କଥା କହି ଲୋକଙ୍କ ମଧ୍ୟରେ ପ୍ରେରଣା ସୃଷ୍ଟି କରିଛନ୍ତି ପ୍ରଧାନମନ୍ତ୍ରୀ । ଆଗାମୀ ଗୁଡ଼ି ପଡ଼ୱା, ନବରାତ୍ରୀ, ରାମନବମୀ, ହୋଲି ଓ ଭାରତୀୟ ନବବର୍ଷ ଉପଲକ୍ଷେ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ