ଅଖିଳ ଭାରତ ଯୁବସଂଘର ଜିଲ୍ଲା ସମ୍ମିଳନୀ
ଛତ୍ରପୁର : ଅଖିଳ ଭାରତ ଯୁବସଂଘର ତ୍ରୟଦଶ ଗଞ୍ଜାମ ଜିଲ୍ଲା ସମ୍ମିଳନୀ ଛତ୍ରପୁର ସ୍ଥିତ ଲକ୍ଷ୍ମଣଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ପ୍ରାକ୍ତନ ଯୁବନେତା ତଥା ସିପିଆଇ ଜିଲ୍ଲା ସଂପାଦକ ପ୍ରକାଶ ଚନ୍ଦ୍ର ପାତ୍ର ପତାକା ଉତ୍ତୋଳନ କରିଥିଲେ । ଯୁବସଂଘ ସମ୍ମିଳନୀକୁ ପରିଚାଳନା କରିବା ପାଇଁ ସୁଶାନ୍ତ ସ୍ୱାଇଁ, କାମଦେବ ନାହାକ, ମୋନଜ ଗୌଡ, ଗୁରୁନାଥ ପ୍ରଧାନ ଏବଂ ବି.ଦଣ୍ଡପାଣି ପାତ୍ରଙ୍କୁ ନେଇ ଏକ ପାଞ୍ଚଜଣିଆ ସଭାପତି ମଣ୍ଡଳୀ ଗଠିତ ହୋଇଥିଲା । ଯୁବସଂଘର ରାଜ୍ୟ ସଂପାଦକ ପ୍ରଦୀପ କୁମାର ସେଠୀ ସମ୍ମିଳନୀକୁ ଉଦ୍ଘାଟନ କରି ଶିକ୍ଷା, ପାନୀୟ, ଶିଳ୍ପାଞ୍ଚଳରେ ବେକାରୀ ଯୁବକମାନଙ୍କୁ ନିଯୁକ୍ତି, ସମ୍ବିଧାନ ସୁରକ୍ଷା, ଏନ୍ଆରସିସି କା ଏନ୍ପିଆର୍ ବିରୋଧରେ ବକ୍ତବ୍ୟ ରଖିଥିଲେ । ସମ୍ମିଳନୀରେ ପ୍ରାକ୍ତନ ଛାତ୍ରନେତା ତଥା ସିପିଆଇ ଜିଲ୍ଲା ସହ ସଂପାଦକ ନୀଳକଣ୍ଠ ଦାଶ, ସିଏଚ୍.ଜନାର୍ଦ୍ଧନ ରେଡ୍ଡୀ, ଛତ୍ରପୁର ଜୋନ୍ ସଂପାଦକ ଏସ୍.କ୍ରିଷ୍ଣା, ଡି.ଆଦି ନାରାୟଣ ରେଡ୍ଡୀ, ଅଳୋକନାଥ ମିଶ୍ର, ଯୁବନେତା ଚିଙ୍କାରା ବେହେରା, ଡ.ଦୁର୍ଯ୍ୟୋଧନ ପ୍ରଧାନ, ମାଗୁଣୀ ବିଷୋୟୀ, ଦୈତାରୀ ରେଡ୍ଡୀ, ପ୍ରଫୁଲ ପାଣିଗ୍ରାହୀ, ସିକନ୍ଦର ଖାନ୍, ନବୀନ ଗୌଡ ସଭାରେ ଯୋଗଦେଇଥିଲେ । ରାଜନୈତିକ ରିପୋର୍ଟ ଏବଂ ଚିଠା ସାଂଗଠନିକ ରିପୋର୍ଟକୁ ସହ ସଂପାଦକ କୃଷ୍ଣଚନ୍ଦ୍ର ରାଉଳ ପଠନ କରିଥିଲେ । ଶେଷରେ ଆଗାମୀ ଦିନପାଇଁ ଏକ ୪୧ ଜଣିଆ ପରିଷଦକୁ ନିର୍ବାଚିତ ହୋଇଥିଲା । ସଭାପତି ରୂପେ ସୁଶାନ୍ତ ସାବିଁ, କାର୍ଯ୍ୟକାରୀ ସଭାପତି ମନୋଜ କୁମାର ଗୌଡ, ଉପସଭାପତି ଗୁରୁନାଥ ପ୍ରଧାନ, ସଂପାଦକ କାମଦେବ ନାହାକ, ସହ ସଂପାଦକ ବି.ଦଣ୍ଡପାଣି ପାତ୍ର ଓ ଚିଙ୍କରା ବେହେରା, କୋଷାଧ୍ୟକ୍ଷ କୈଲାସ ଦାଶ ପ୍ରମୁଖ ନିର୍ବାଚିତ ହୋଇଥିଲେ । ଆସନ୍ତା ୨୯ ତାରିଖ ଠାରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ବ୍ରହ୍ମପୁର ଠାରେ ସଂଘର ରାଜ୍ୟ ସମ୍ମିଳନୀ ଅନୁଷ୍ଠିକ ହେବ ବୋଲି ସୂଚନା ଦେଇଥିଲେ ।