ଲକ୍ଷାଧିକ ଟଙ୍କାର ଶାଗୁଆନି କାଠ ଜବତ

ବେଲଗୁଣ୍ଠା-(ଶିବରାମ ଚୌଧୁରୀ)ଗାଙ୍ଗପୁର ବନାଞ୍ଚଳ ଅଧିନରେ ଥିବା ବୁଢାକେନ୍ଦୁ ନିକଟସ୍ଥ ଦୁମିଦୁମି ଜଙ୍ଗଲରେ ଗାଙ୍ଗପୁର ବନପାଳ ଜି.ଭେଙ୍କଟ ରାଓ ଦୋରା ସ୍କୁଆଡ୍ ଧରି ରବିବାର ବିଳମ୍ବିତ ରାତ୍ର ରେ ପେଟ୍ରୋଲିଂ କରୁଥିବା ବେଳେ ଶାଗୁଆନି କାଠ କଟାଯାଇ ଗଦାହୋଇଥିବାର ଦେଖିବାକୁ ପାଇଥିଲେ ।କାଠସବୁ ଜବତ କରି ୟୁ/ଡି କେସ୍ ନଂ ୨୧ ସିଏଲ୍ଅଫ୍ ୨୦୧୯/୨୦ ରେ ଏକ ମାମଲା ରୁଜ୍ଜୁ କରି କିଛି ଲୋକଙ୍କୁ ପଚରାଉଚରା ଜାରିରଖିଛନ୍ତି ।ଜବତ ହୋଇଥିବା କାଠର ମୁଲ୍ୟ ପ୍ରାୟ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି ।ଗତ ୧୦ ରୁ ୧୫ବର୍ଷ ତଳେ ପର୍ଶୁଲୁଣ୍ଡା ଭିଏସ୍ଏସ୍ ଦ୍ୱାରା ପାଖାପାଖି ୪୦ଏକର ଜାଗାରେ ଶାଗୁଆନି ଜଙ୍ଗଲ ସୃଷ୍ଟି କରାଯାଇଥିଲା ।କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟି ଏହି ଜଙ୍ଗଲ ଉପରେ ପଡିବା ପରେ ଧିରେ ଧିରେ ଏହି ଜଙ୍ଗଲ ପଦା ହେବାରେ ଲାଗିଛି ।ରାତ୍ର ପେଟ୍ରୋଲିଂରେ ଦୁମିଦୁମି ଫରେଷ୍ଟ ଗାର୍ଡ ଜିତେନ୍ଦ୍ର ମଲ୍ଲିକ, ମଦନ ମୋହନ ରାଉଳ,ପ୍ରଦୀପ ଭୁୟାଁ, ଭଞ୍ଜ ପ୍ରଧାନ ଓ ଉତ୍ତମ ପ୍ରଧାନ ଙ୍କୁ ଏକ ସ୍କୁଆଡ୍ ଗଠନ କରି ରାତି ତମାମ ପେଟ୍ରୋଲିଂ କରାଯାଉଥିବା ବନପାଳ ଶ୍ରୀ ରାଓଦୋରା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ