ନଭେମ୍ବର ୨୮ ଓ ୨୯ ତାରିଖରେ ଜାତୀୟ ପାଠଚକ୍ର
ବୁଗୁଡ଼ା, (ଅନୀଲ କୁମାର ମହାରଣା) : ୨୦୧୭ ମସିହାରେ ପ୍ରତିଷ୍ଠିତ ଘୁମସର ଗବେଷଣା ପ୍ରତିଷ୍ଠାନ, ପରିଚାଳନା ସମିତିର ଏକ ବୈଠକ ୨୦/୯/୨୬ ତାରିଖରେ ଡକ୍ଟର ସନ୍ତୋଷ କୁମାର ଆପଟଙ୍କ ସଭାପତିତ୍ୱରେ ଭଞ୍ଜନଗର ଲଣ୍ଡେଇସାହି କାର୍ଯ୍ୟାଳୟରେ ଅନୁଷ୍ଠିତ ହେଇଯାଇଛି । ବୈଠକରେ ଆଗାମୀ ନଭେମ୍ବର ୨୮ ଓ ୨୯ ତାରିଖରେ ଭାରତୀୟ ଇତିହାସ ଗବେଷଣା ଆର୍ଥ ସହାୟତାରେ ଏକ ଦୁଇ ଦିନିଆ ଜାତୀୟ ପାଠଚକ୍ର ଆୟୋଜନ କରିବାପାଇଁ ନିଷ୍ପତ୍ତି ନିଆଯାଇଥିଲା । ୭୦ ଜଣରୁ ଉର୍ଦ୍ଧ ଗବେଷକ ନିଜ ନିଜର ଗବେଷଣାତ୍ମକ ନିବନ୍ଧ ଏହି ଜାତୀୟ ପାଠଚକ୍ରରେ ଉପସ୍ଥାପିତ କରିବେ। ଏହି ଜାତୀୟ ପାଠଚକ୍ର କାର୍ଯ୍ୟକ୍ରମରେ ପାଞ୍ଚ ଜଣ ବିଶିଷ୍ଟ ଐତିହାସିକଙ୍କୁ ସମ୍ବର୍ଦ୍ଧିତ କରାଯିବ। କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ପରିଚାଳନା ସମିତିର ସଦସ୍ୟ ମାନଙ୍କ ମଧ୍ୟରେ ଦାଇତ୍ୱ ପ୍ରଦାନ କରାଇଥିବା ବିଷୟରେ ଦୁଇଦିନିଆ ପାଠଚକ୍ରର ସଂଯୋଜକ ଡକ୍ଟର ଶ୍ୟାମା ପ୍ରସାଦ ମିଶ୍ର ଜଣାଇଛନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡକ୍ଟର ଶିରିଷ କୁମାର ଷଡଙ୍ଗୀ, ଦାମୋଦର ଷଡଙ୍ଗୀ, ତପନ କୁମାର ମିଶ୍ର, ଲୋକନାଥ ମହାନ୍ତି, ଡକ୍ଟର ରବୀନ୍ଦ୍ର କୁମାର ମିଶ୍ର, ଅଶୋକ କୁମାର ସ୍ୱାଇଁ, ବାବୁଲା ପ୍ରଧାନ, ଅଜୟ କୁମାର ବିଶ୍ବାଳ, ବିଶ୍ୱଜିତ ସ୍ବାଇଁ, ନେତାଜୀ ବିଷୋୟୀ ପ୍ରମୁଖ ଯୋଗଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ। ଶେଷରେ ଅଶୋକ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।


