ଆଇଭିଏଫ୍‌ ମାଧ୍ୟମରେ ଜନ୍ମିତ ଶିଶୁଙ୍କଠାରେ ଥାଏ ହୃଦ୍‌ରୋଗ ଆଶଙ୍କା

ନିଃସନ୍ତାନ ଦମ୍ପତିଙ୍କ ପାଇଁ କୃତ୍ରିମ ଗର୍ଭଧାରଣ କୌଣସି ବରଦାନଠାରୁ କମ୍‌ ନୁହେଁ। ମାତ୍ର ଏକ ଗବେଷଣାରେ ଏହାର କ୍ଷତିକାରକ ଦିଗ ସମ୍ପର୍କରେ ମଧ୍ୟ କୁହାଯାଇଛି। ଏଥିରେ କୁହାଯାଇଛି ଯେ ପ୍ରାକୃତିକ ଭାବେ ଗର୍ଭଧାରଣ ହୋଇ ଜନ୍ମ ହୋଇଥିବା ଶିଶୁ ତୁଳନାରେ ଇନ୍‌ ଭିଟ୍ରୋ ଫର୍ଟିଲାଇଜେସନ୍‌ (ଆଇଭିଏଫ୍‌) ମାଧ୍ୟରେ ଜନ୍ମଗ୍ରହଣ କରିଥିବା ଶିଶୁର ହୃଦ୍‌ରୋଗ ଆଶଙ୍କା ଅଧିକ ରହିଛି। ପ୍ରସୂତି ବିଭାଗର ବିଶେଷଜ୍ଞଙ୍କ କହିବାନୁସାରେ ଆଇଭିଏଫ୍‌ ପାଇଁ ଶକ୍ତିଶାଳୀ ଔଷଧ ଡୋଜ୍‌ ଦିଆଯାଏ। ଆଇଭିଏଫ୍‌ ମାଧ୍ୟମରେ ବିକଶିତ ଭ୍ରୁଣରେ ଏହି ଔଷଧର ପ୍ରଭାବ ବହୁତ ମାତ୍ରାରେ ପଡ଼ିଥାଏ। ଯାହାଫଳରେ ଉଚ୍ଚ ରକ୍ତଚାପ ହେବା ସହ ଶକ୍ତ ଏବଂ ମୋଟା ଧମନୀ ଉପରେ ଏହାର ପ୍ରଭାବ ପଡ଼େ। ଫଳରେ ଶିଶୁଟି ପରିଣତ ବୟସରେ ଉପନୀତ ହେବା ପରେ ଏହା ହୃଦ୍‌ଘାତର କାରଣ ହୋଇପାରେ। ଏଥିସହିତ ଆଇଭିଏଫ୍‌ ମାଧ୍ୟମରେ ଗର୍ଭଧାରଣ କରିବା ଫଳରେ ଗର୍ଭସ୍ଥ ଶିଶୁ ସମୟ ପୂର୍ବରୁ ଜନ୍ମ ଗ୍ରହଣ କରିବା ଏବଂ କମ୍‌ ଓଜନ ହେବା ଆଶଙ୍କା ମଧ୍ୟ ବଢ଼ିଯାଏ। ତେବେ ସମୟ ପୂର୍ବରୁ ଜନ୍ମଗ୍ରହଣ କରିଥିବା କମ୍‌ ଓଜନର ନବଜାତକଙ୍କଠାରେ ଦୀର୍ଘ ସମୟ ଧରି ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଯାଇପାରେ। ଏମାନଙ୍କଠାରେ ହୃଦ୍‌ଜନିତ ରୋଗ ଏବଂ ଟାଇପ୍‌ ୨ ଡାଏବେଟିସ୍‌ ଆଶଙ୍କା ଅଧିକ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ