ବାରମ୍ବାର ନିଦ ଭାଙ୍ଗିବା ହୋଇପାରେ ଉଚ୍ଚ ରକ୍ତଚାପର ଲକ୍ଷଣ
କୌଣସି ବି ରୋଗ ପଛରେ ଦୀର୍ଘ ଦିନର ଦାୟିତ୍ବହୀନତା ରହିଥାଏ। ଏମିତି ଏକ ରୋଗ ହେଉଛି ଉଚ୍ଚ ରକ୍ତଚାପ। ଅସନ୍ତୁଳିତ ଜୀବନଶୈଳୀ ପାଇଁ ଏହି ଉଚ୍ଚ ରକ୍ତଚାପ ହୋଇଥାଏ। ତେବେ ଉଚ୍ଚ ରକ୍ତଚାପ ହେବା ପୂର୍ବରୁ ତାହାର ଲକ୍ଷଣ ମିଳିଥାଏ। ମାତ୍ର ଅନେକେ ତାହାକୁ ଅଣଦେଖା କରିଥାନ୍ତି। ଚାଲନ୍ତୁ ଜାଣିବା ଉଚ୍ଚ ରକ୍ତଚାପର ଲକ୍ଷଣ ସମ୍ପର୍କରେ।
-ଲଗାତର ବେକ ଯନ୍ତ୍ରଣା ରହିବା ଉଚ୍ଚ ରକ୍ତଚାପର ଲକ୍ଷଣ ହୋଇପାରେ। ତେଣୁ ଏହାକୁ ଅଣଦେଖା ନ କରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
-ରକ୍ତଚାପ ବଢ଼ିବା ଫଳରେ ବ୍ୟକ୍ତି ଚିଡ଼ିଚିଡ଼ା ହୋଇଯିବା ସହ ଶୀଘ୍ର ରାଗ ଆସିଥାଏ। ଯଦି ଆପଣଙ୍କ ସହ ବି ଏମିତି ହେଉଛି ତେବେ ତୁରନ୍ତ ଡାକ୍ତର ଦେଖାନ୍ତୁ।
-କୌଣସି କଥାରେ ଶୀଘ୍ର ଚିନ୍ତାଗ୍ରସ୍ତ ହୋଇଯିବା ଏବଂ ଏହା କମ୍ ହେବାର ନାଁ ନ ନେବା ମଧ୍ୟ ଉଚ୍ଚ ରକ୍ତଚାପର ଲକ୍ଷଣ ଅଟେ। ତେଣୁ ତୁରନ୍ତ ରକ୍ତଚାପ ପରୀକ୍ଷା କରନ୍ତୁ। କଥା କଥାରେ ଚାପ ଅନୁଭବ କରିବା ମଧ୍ୟ ରକ୍ତଚାପର ଲକ୍ଷଣ ଅଟେ।
-ରକ୍ତଚାପ ବୃଦ୍ଧି ଫଳରେ ଠିକ୍ରେ ନିଦ ହୋଇ ନ ଥାଏ। ରାତିରେ ବାରମ୍ବାର ନିଦ ଭାଙ୍ଗିବା ଆସିବା, ଅଧିକ ଝାଳ ବୋହିବା ଆଦିକୁ ଅଣଦେଖା କରନ୍ତୁ ନାହିଁ। ଏସବୁ ମଧ୍ୟ ଉଚ୍ଚ ରକ୍ତଚାପର କାରଣ ହୋଇପାରେ।
-ନିଶ୍ବାସ ପ୍ରଶ୍ବାସ ନେବା ଆଣିବାରେ ଅସୁବିଧା ସୃଷ୍ଟି ହେଲେ ମଧ୍ୟ ଏହା ଉଚ୍ଚ ରକ୍ତଚାପ ଆଡ଼କୁ ଇଶାରା କରୁଛି। ଏପରି ଅନ୍ୟ କାରଣ ପାଇଁ ମଧ୍ୟ ହୋଇପାରେ। ତେବେ ଏପରି ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।