କାତି ଓ ଖଣ୍ଡ଼ାରେ ଆକ୍ରମଣ, ଉଭୟ ଗୋଷ୍ଠୀର ୫ ଗୁରୁତର
ହିଞ୍ଜିଳିକାଟୁ (ଶେଷଦେବ ସାହୁ): ସାମାନ୍ୟ ବଚସାକୁ କେନ୍ଦ୍ର କରି ରାତି ପ୍ରାୟ ୯ଟାରେ ହିଂଜିଳି ଥାନା ଆଡ଼ପଡ଼ାରେ ଘଟିଛି ଗୋଷ୍ଠୀ ସଂର୍ଘଷ । କାତି ଓ ଖଣ୍ଡା ଚୋଟରେ ଉଭୟ ଗୋଷ୍ଠୀର ୫ ଜଣ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଗୁରୁତର ଆହତ ମାନଙ୍କ ମଧ୍ୟରେ ହିଂଜିଳି ଥାନା ଆଡ଼ପଡ଼ା ଗ୍ରାମର ମିଲୁ ରାଉତ(୩୨), ଶମ୍ଭୁ ରାଉତ(୨୮), ରାମଚନ୍ଦ୍ରପୁର ଗ୍ରାମର ଗଣେଷ ବିଷୋୟୀ(୩୨), ପାଟପୁର ଥାନା ଖଲିଙ୍ଗି ଗ୍ରାମର ମିଥୁନ ପ୍ରଧାନ(୩୨), ଓ ବିଜୟ ପ୍ରଧାନ(୫୦) । ଖବର ପାଇ ହିଂଜିଳି ଥାନା ଅଧିକାରୀ ଓ ଷ୍ଟାପ୍ ଘଟଣା ସ୍ଥଳରେ ପଂହଚି ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ପ୍ରଥମେ ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ମିଲୁ ରାଉତଙ୍କ ବଡ଼ଭାଇ କୌଳାଶଙ୍କ ଅଭିଯୋଗ କ୍ରମେ ହିଂଜିଳି ଥାନା ନଂ-୫୮/୧୯ରେ ଏକ ମାମଲା ରୁଜୁ କରି ଘଟଣାରେ ସଂଶ୍ଳିଷ୍ଟ ଥିବା ଜଣଙ୍କୁ ଥାନାରେ ଅଟକ ରଖି ପୋଲିସ ଘଟଣାର ତଦନ୍ତ କରୁଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ସୋମବାର ରାତି ପ୍ରାୟ ୯ଟାରେ ମିଲୁ ରାଉତ କୌଣସି କାର୍ଯ୍ୟରେ ଶଶୁର ଘର ଗ୍ରାମକୁ ଯାଇଥିଲେ । ଏଥି ସକାଶେ ପାଟପୁର ଥାନା ଖଲିଙ୍ଗି ଗ୍ରାମର ମିଥୁନ ପ୍ରଧାନଙ୍କ କାରକୁ ଭଡ଼ା ସୁତ୍ରରେ ନେଇଥିଲେ । ଶଶୁର ଘର ଗ୍ରାମର ମିଲୁ ଫେରିବା ପରେ ଗ୍ରାମର ଗୋଟିଏ ଗୋଷ୍ଠୀର କିଛି ଯୁବକ ମିଲୁଙ୍କୁ କାହିଁକି ନେଇ ଯାଇଥିଲୁ ବୋଲି ପଚାରିବା ସହ ମାଡ଼ ମାରିଥିଲେ । କାର ଚାଳକ ଘଟଣା ନେଇ ସମ୍ପର୍କୀୟଙ୍କୁ କହିବା ପରେ ସମ୍ପର୍କୀୟ ମାନେ ଉକ୍ତ ଯୁବକ ମାନଙ୍କ ନିକଟରେ ପଂହଚି କଳି ଝଗଡ଼ା କରିଥିଲେ । ପରେ ଘଟଣା ଉଗ୍ର ରୁପ ଧାରଣ କରିଥିଲା । ପରେ ଗ୍ରାମର ୨ ଗୋଷ୍ଠୀ ଉତ୍ୟକ୍ତ ହୋଇ ଖଣ୍ଡା ଓ କାତିରେ ପରସ୍ପରକୁ ଆକ୍ରମଣ ଓ ପ୍ରତି ଆକ୍ରମଣ କରିଥିଲେ । ଏଥିରେ ଉଭୟ ଗୋଷ୍ଠୀର ୫ଣ ଗୁରୁତର ଆହତ ହୋଇଥିଲେ । ଘଟଣଶ ପରେ ଗ୍ରାମରେ ଚାପା ଉତେଜନା ଲାଗି ରହିଥିବା ଜଣାପଡ଼ିଛି ।