ନାଟକ ‘ଅବୁଝା ଲୁହ’ ମଞ୍ଚସ୍ଥ :ଉଦଘାଟନ କଲେ ବିଧାୟକ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ଠାକୁରାଣୀ ଛକରେ ଶ୍ରୀ ଗଣେଶ ପୂଜା ଅବସରରେ ଅନୁଷ୍ଠିତ ନାଟକ ‘ ଅବୁଝା ଲୁହ ‘ କୁ ଦିଗପହଣ୍ଡି ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଉଦଘାଟନ କରିଛନ୍ତି। ଅନ୍ଯତମ ଅତିଥି ଭାବେ ଦିଗପହଣ୍ଡି ଥାନା ଆଇଆଇସି କିଶୋର କୁମାର ସାମଲ , ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ପ୍ରସାଦ ପାଠୀ , ପିତାମ୍ବର ଗୌଡ଼, ଫାସିଗୁଡା ସରପଞ୍ଚ ପ୍ରତିନିଧି ଶିବରାମ ପ୍ରଧାନ , ଭୀଷ୍ମଗିରି ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ମନୋଜ କୁମାର ନାୟକ ପ୍ରମୁଖ ମଞ୍ଚାସିନ ଥିଲେ।  ଗ୍ରାମର ଯୁବକ ସଂଘ ପକ୍ଷରୁ  ଦୀର୍ଘ ୫ ଧରି ଗଣେଶ ପୂଜା ମହା ସମାରୋହରେ ପାଳିତ ହୋଇଆସୁଛି । ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନ ପକ୍ଷରୁ ନିର୍ଦ୍ଦେଶକ ଦୀନବନ୍ଧୁ ଶତପଥୀ ଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ଦୁଃଖ ଓ ଲୁହଭରା ଶ୍ରେଷ୍ଠ ସାମାଜିକ ନାଟକ ମଞ୍ଚସ୍ଥ ହୋଇଥିଲା । ଭାଜପା ଭୀଷ୍ମଗିରି ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଟୁକୁନା ସାହୁ , ପୂର୍ବତନ ମଣ୍ଡଳ ସଭାପତି ସୁଦାମ ବେହେରା ,  ସାଧାରଣ ସମ୍ପାଦକ କେ . ନରସିଂହ ପାତ୍ର , ଶିବରାମ ପଣ୍ଡା  ଙ୍କ ସମେତ ଶ୍ରୀ ଗଣେଶ ପୂଜା କମିଟି ଏବଂ ଯୁବକ ସଂଘର  ସଦସ୍ୟ ବୃନ୍ଦ ନାଟକ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ