ମୃତ୍ୟୁ ସଡ଼କ

ମୃତ୍ୟୁର ସଡ଼କ ନାମଟି ଶୁଣି ନିଶ୍ଚିତଭାବେ ମନକୁ ଆସୁଥିବ ଏହି ସଡ଼କରେ ଗଲେ ମୃତ୍ୟୁ ସୁନିଶ୍ଚିତ । ଆଫଗାନିସ୍ତାନ ସହରର ପଶ୍ଚିମରେ ଗଲେ ୪୦କିମି ଦୂରରେ ଥିବା ରାଜରାସ୍ତାକୁ ମୃତ୍ୟୁର ସଡ଼କ ନାମ ଦିଆଯାଇଛି । ଏହି ସଡ଼କର ନାମ ଏପରି ହେବାର କାରଣ ଏଠାରେ ଉଗ୍ରବାଦୀମାନେ ରାସ୍ତାରେ ଯାଉଥିବା ଲୋକଙ୍କୁ ଛେଳିମେଣ୍ଡା ଭଳି ଦୈନିକ କାଟିପକାନ୍ତି । ଏହା ଏକ ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ଏହା ତାଲିବାନ ମାନଙ୍କର ଏଭଳି କାମ ହୋଇଥାଇପାରେ ବୋଲି ଆଶଙ୍କା କରାଯାଇଛି । କାରଣ ଏତେ ସଂଖ୍ୟକ ଲୋକଙ୍କର ମୁଣ୍ଡ କାଟ କେବଳ ତାଲିିବାନମାନେ ହିଁ କରିପାରନ୍ତି ବୋଲି କୁହାଯାଇଛି । ଏହି ଜାତୀୟ ରାଜପଥଟି ବାରଡ଼କ୍ ହୋଇଯାଇଛି । ଏଠାରେ ତାଲିିବାନମାନେ ନିଜର ପତିଆରା ଜାହିର କରିଥାନ୍ତି । ସଡ଼କର ରାସ୍ତା ବାମିୟାନ ଯାଉଥିବା ଦୁଇଟି ମାର୍ଗ ମଧ୍ୟରୁ ଗୋଟିଏ ଅଟେ । ଯାହା ଦ୍ୱାରାକି ଏହାମଧ୍ୟରେ ଲୋକମାନଙ୍କର ଯାତାୟାତ ଲାଗିରହେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ