ଓଡ଼ିଆ ଭାଷା ପ୍ରତି କେନ୍ଦ୍ର ସାହିତ୍ୟ ଏକାଡ଼େମୀର ବୈମାତୃକ ମନୋଭାବ

ଭୁବନେଶ୍ୱର : କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଦ୍ୱାରା ପ୍ରତିବର୍ଷ ପରି ଜାତୀୟ ସାହିତ୍ୟ ଉତ୍ସବ ଗତ ୨୪ ତାରିଖରୁ ଫେବୃୟାରୀ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତୀୟ ଭାଷା ମଧ୍ୟରେ ଆମ ଶାସ୍ତ୍ରୀୟ ମାନ୍ୟତାପ୍ରାପ୍ତ ଓଡ଼ିଆଭାଷା ଏକମାତ୍ର ଭାଷା ଯାହାକୁ ଏଥିରେ ଅପମାନିତ କରାଯାଇଛି । ଏହାର ଶୀର୍ଷକ ରଖାଯାଇଛି ‘ଫେଷ୍ଟିଭାଲ ଅଫ୍ ଲେଟର୍ସ’ । ନିମନ୍ତ୍ରଣ ପତ୍ର ଉପରେ କେବଳ ଓଡ଼ିଆ ଭାଷା ବ୍ୟତୀତ ଅନ୍ୟସବୁ ଭାଷା ଉଲ୍ଲେଖ ଅଛି । ସମସ୍ତ କାର୍ଯ୍ୟକ୍ରମରେ ମଧ୍ୟ ଓଡ଼ିଆ ଭାଷା ପ୍ରତି ବୈମାତୃକ ମନୋଭାବ ପୋଷଣ ଓ ଭାଷା ପ୍ରତି ବିଦ୍ୱେଷ କରାଯାଇଛି । ଭାଷା ଆନ୍ଦୋଳନର ସଭାପତି ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା ନାଗରିକ ମଞ୍ଚର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ଏଭଳି ଆଚରଣକୁ ଘୋର ନିନ୍ଦା କରିବା ସହ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଶୀଘ୍ର ତୃଟି ସଂଶୋଧନ କରିବା ସହ ଓଡ଼ିଆ ଜାତି ନିକଟରେ କ୍ଷମା ଭିକ୍ଷା କରନ୍ତୁ ବୋଲି ଦୃଢ ଦାବୀ କରିଛନ୍ତି । ଏ ସମ୍ପର୍କରେ କେନ୍ଦ୍ର ସଂସ୍କୃତି ବିଭାଗ ମନ୍ତ୍ରୀଙ୍କୁ ଅବଗତ କରାଯାଇଛି ଏବଂ ଦୃଢ କାର୍ଯ୍ୟାନୁଷ୍ଠା ଗ୍ରହଣ ନିମେନ୍ତ ଦାବୀ କରାଯାଇଛି ବୋଲି ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ