ଫେବୃଆରୀ ୨୮ ରେ ଓଡିଶା ଆସୁଛନ୍ତି କେନ୍ଦ୍ର ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହା।

ବାଲେଶ୍ଵର : ନାଗରିକତା ପ୍ରଦାନ କରିବା ପାଇଁ ହୋଇଛି ନାଗରିକତା ସଂଶୋଧନ ଆଇନ। କିନ୍ତୁ ବିରୋଧୀ କଂଗ୍ରେସ ସମେତ କିଛି ଆଞ୍ଚଳିକ ଦଳ ଦେଶର ଜନତାଙ୍କୁ ବିଭ୍ରାନ୍ତ କରି ହିଂସା ସୃଷ୍ଟି କରୁଛନ୍ତି। ଭାରତର ପଡୋଶୀ ଦେଶ ପାକିସ୍ତାନ,ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ନିର‌୍ୟାତନାର ଶିକାର ହୋଇ ଭାରତକୁ ଆସି ଥିବା ସଂଖ୍ୟା ଲଘୁ ବର୍ଗର ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ କରାଯିବାର ବ୍ୟବସ୍ଥା ଏହି ଆଇନରେ ରହିଛି। ହେଲେ ନାଗରିକତା ସଂଶୋଧନ ଆଇନ ନାଁରେ ଲୋକମାନଙ୍କ ମନରେ ଭୟ ତିଆରି କରାଯାଉଛି। ନାଗରିକତା ଆଇନ ସଂଶୋଧନ ଦ୍ୱାରା ୩୧ ଡ଼ିସେମ୍ବର ୨୦୧୪ ସୁଦ୍ଧା ଧାର୍ମିକ ଉତ୍ପୀଡ଼ନର ଶିକାର ହୋଇ ଆସିଥିବା ପାକିସ୍ତାନ ,ଆଫଗାନିସ୍ତାନ ଏବଂ ବାଂଲାଦେଶର ହିନ୍ଦୁ,ଶିଖ,ବୌଦ୍ଧ,ଜୈନ,ଈସାଈ,ଏବଂ ପାର୍ସି ଶରଣାର୍ଥୀଙ୍କ ନାଗରିକତା ପ୍ରଦାନ କରାଯିବ। ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁର୍ଣ୍ଣ ହେବନି। ଏହି ଆଇନ ସମ୍ବନ୍ଧରେ ଆଲୋଚନା କରିବା ପାଇଁ ଗୃହମନ୍ତ୍ରୀ ଅମିତ ଶାହା ସମସ୍ତ ଦଳକୁ ଆହ୍ୱାନ ଦେଇଥିଲେ। କିନ୍ତୁ ବିରୋଧୀ ତାହା ନକରି ରାଜରାସ୍ତାରେ ଜନତାଙ୍କୁ ବିଭ୍ରାନ୍ତ କରି ଭୋଟବ୍ୟାଙ୍କ ରାଜନୀତି କରୁଛନ୍ତି। ପୂର୍ବରୁ ନାଗରିକ ସଂଶୋଧନ ଆଇନ ସମ୍ପର୍କରେ ରାଜ୍ୟର ପ୍ରତି ଜିଲ୍ଲାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବୁଦ୍ଧିଜୀବି ସମ୍ମିଳନୀ ,ଜନସଚେତନତା ସାଧାରଣ ସଭା , ଜିଲ୍ଲା ସ୍ତରରେ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ପ୍ରତି ଜିଲ୍ଲା ରୁ ହଜାର ହଜାର ଜନସଂଖ୍ୟାରେ ଲୋକମାନେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନାଗରିକ ସଂଶୋଧନ ଆଇନ ପାଇଁ ଧନ୍ୟବାଦ ପୋଷ୍ଟକାର୍ଡ ପଠାଉଛନ୍ତି। ଏହି ଅବସରରେ ଦେଶର ସ୍ଵରାଷ୍ଟ୍ରମନ୍ତ୍ରୀ ମାନ୍ୟବର ଅମିତ ଶାହା ଆସନ୍ତା ୨୮ ତାରିଖ ଦିନ ଓଡିଶା ଆସୁଛନ୍ତି। ଆସନ୍ତା ୨୮ ତାରିଖରେ ଅପରାହ୍ନ ୨ଟା ବେଳେ ଭୁବନେଶ୍ୱରର ଜନତା ମୈଦାନରେ ଏକ ସାଧାରଣ ସଭାକୁ ଉଦବୋଧନ ଦେବେ। ନାଗରିକ ସଂଶୋଧନ ଆଇନ ଆସିବା ଫଳରେ କେମିତି ଆମ ଦେଶରେ ଶରଣାର୍ଥୀ ଜୀବନ ବିତାଉଥିବା ଲକ୍ଷ ଲକ୍ଷ ଶରଣାର୍ଥୀମାନଙ୍କୁ ସେମାନଙ୍କର ଅଧିକାର ମିଳିବ। ନାଗରିକ ସଂଶୋଧନ ଆଇନ ର ଆବଶ୍ୟକତା କାହିଁକି ଥିଲା ତାହା ଉପରେ ଶ୍ରୀ ଶାହା ଜନସାଧାରଣାଙ୍କୁ କହିବେ। ତେଣୁ ପ୍ରତି ଜିଲ୍ଲା ସ୍ତରରେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ପ୍ରତି ଶକ୍ତିକେନ୍ଦ୍ର ବୁଥରୁ ଲୋକମାନେ ଯିବେ ଅମିତ ଶାହାଙ୍କୁ ଶୁଣିବା ପାଇଁ। ଭାରତୀୟ ଜନତା ପାର୍ଟିର କାର‌୍ୟ୍ୟକର୍ତ୍ତାମାନେ ଅମିତ ଶାହାଙ୍କ କଥାକୁ ପୁଣି ବୁଥରେ ପହଞ୍ଚାଇବେ।
ଏହି ସାମ୍ବାଦିକ ସମ୍ମିଳନୀରେ ଭାଜପା ବାଲେଶ୍ଵର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଉମାକାନ୍ତ ମହାପାତ୍ର ,ଭାଜପା ରାଜ୍ୟ ପ୍ରବକ୍ତା ସୁଦୀପ୍ତ ରାୟ ଏବଂ ବିଜେପି ବାର୍ତ୍ତାର ସଂଯୋଜକ ପୂର୍ଣ୍ଣ ଚନ୍ଦ୍ର ମଲ୍ଲିକ, ଲମ୍ବୋଦର ନାୟକ ପୂର୍ବତନ ଜିଲ୍ଲା ସଭାପତି ,ଚନ୍ଦ୍ର ଶେଖର ନନ୍ଦ ଯୁବମୋର୍ଚା ରାଜ୍ୟ ଉପସଭାପତି ,ସତ୍ୟଜିତ ମିଶ୍ର ଜୋନାଲ ମିଡ଼ିଆ କୋଡିନେଟର ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ