ସ୍ୱାସ୍ଥ୍ୟ ସଚେତନତା ଶିବିର
ବାଲେଶ୍ବର(ସରୋଜ ପଣ୍ଡା): ନିଖିଳ ଓଡିଶା ବୁଦ୍ଧିଜୀବୀ ମଞ୍ଚ ତରଫ ରୁ ରାଣୀପାଟଣା ସ୍ଥିତ “ଦି ୱେଲଫେୟାର” ଦ୍ୱାରା ପରିଚାଳିତ ଦୃଷ୍ଟିହୀନ ଓ ମାନସିକ ପକ୍ଷାଘାତ ଛାତ୍ର-ଛାତ୍ରୀଙ୍କ ବିଦ୍ୟାଳୟ ପରିସରରେ ଏକ ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠାନର ସଭାପତି ପ୍ରଫେସର ପାର୍ଥ ସାରଥୀ ଅଜୟ ବାରିକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଲେଶ୍ୱରର ବରିଷ୍ଠ ଚିକିତ୍ସାବିତ ଡ଼କ୍ଟର ଗୀତ ଗିରି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର ସଭ୍ୟ ତଥା ଦୃଷ୍ଟିହୀନ ବିଦ୍ୟାଳୟର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦିବାକର ସ ଙ୍କ ପ୍ରାକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଦୃଷ୍ଟିହୀନ ଛାତ୍ର ବଂଶୀଧର ଦାସ ସର୍ବ ପ୍ରଥମେ ଗୀତା ପଠନ କରିବା ପରେ ମଞ୍ଚସିନା ଅତିଥି ମାନଙ୍କୁ ବିଦ୍ୟାଳୟ ର ଶିକ୍ଷୟତ୍ରୀ ଗୀତାଞ୍ଜଳି ପ୍ରଧାନ ଓ ବାସନ୍ତୀ ସିଂହ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ସହ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ନିଖିଳ ଓଡିଶା ବୁଦ୍ଧିଜୀବୀ ମଞ୍ଚ ର ସଭାପତିଙ୍କ ବ୍ୟତୀତ ଶିକ୍ଷାବିତ ଉପସଭାପତି ଶ୍ରୀ ମଦନ ମହଲ୍ଲା, ସମ୍ପାଦକ ଓଡିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଶ୍ରୀ ଦିଲୀପ କୁମାର ମହାପାତ୍ର ସହ ସମ୍ପାଦକ ବିବେକ କୁମାର ଜେନା, ରମେଶ ଚନ୍ଦ୍ର ଦାସ, ଜିତେନ୍ଦ୍ର ବେହେରା ଯୋଗ ଦେବା ସହିତ ସ୍ୱାସ୍ଥ୍ୟ ସଚେତନତା ଶିବିର ଆୟୋଜନର କାରଣ ଓ ବିଭିନ୍ନ ସ୍ୱାସ୍ଥ୍ୟଗତ ଯତ୍ନ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଡ଼କ୍ଟର ଗୀତା ଗିରି ଛାତ୍ର ଛାତ୍ରୀ ମାନଙ୍କୁ ଦୈନନ୍ଦିନା ଚଳଣି ଉପରେ ସ୍ୱାସ୍ଥ୍ୟ ର ଯତ୍ନ ନେବାରେ ଆଲୋକପାତ କରିବା ସହିତ ବିଭିନ୍ନ ସମୟରେ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଉପଦେଶ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ନବୀନ ବେହେରା ଓ ଅନ୍ୟାନ୍ୟ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲା ବେଳେ ଅନୁଷ୍ଠାନ ତରଫର ଶିକ୍ଷକ ଗୌରାଙ୍ଗ ଚରଣ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ସଭାପତି ଶ୍ରୀଯୁକ୍ତ ପାର୍ଥ ସାରଥୀ ଅଜୟ ବାରିକ ଙ୍କ ଅନୁରୋଧ କ୍ରମେ ଆସନ୍ତା ବର୍ଷ ଠାରୁ ଫକୀର ମୋହନ ମାଟିରେ ପ୍ରତ୍ୟେକ ବର୍ଷ ଫକୀର ମୋହନ ଙ୍କ ଜୟନ୍ତୀ ପାଳନ ପାଇଁ ସ୍ଥିରୀକୃତ କରାଗଲା। ସର୍ବ ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ମୃଦୁ ପାନୀୟ ଓ କେକ ପ୍ରଦାନ କରାଗଲା ପରେ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।


