ଜିଲ୍ଲା ସ୍ତରୀୟ କଲେଜ ଅଧ୍ୟକ୍ଷ ସମ୍ମିଳନୀ ଓ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ସମୀକ୍ଷା ବୈଠକ

କେନ୍ଦ୍ରାପଡା : ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ କଲେଜ ଅଧ୍ୟକ୍ଷମାନଙ୍କ ଏକ ସମ୍ମିଳନୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଶିକ୍ଷା ସମ୍ପର୍କୀତ ଏକ ସମୀକ୍ଷା ବୈଠକ ଗୁରୁବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । କୃଷି, ପଶୁସମ୍ପଦ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ.ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜିଲ୍ଲାର ପ୍ରାୟ ୪୦ଟିରୁ ଉର୍ଦ୍ଧ୍ୱ କଲେଜର ଅଧ୍ୟକ୍ଷ,ଅଧ୍ୟକ୍ଷାମାନେ ଯୋଗଦେଇଥିଲେ । ଏହି ସମୀକ୍ଷା ବୈଠକରେ ମନ୍ତ୍ରୀ ସାହୁ ଜିଲ୍ଲାର ପ୍ରତ୍ୟେକ କଲେଜ ଗୁଡିକରେ ପ୍ରୋକ୍ଟରିଆଲ କ୍ଲାସ ଚାଲୁଛି କି ନାହିଁ ,ଆଲୁମିନି ମିଟ ହେଉଛି କି ନାହିଁ ସେ ସମ୍ପର୍କରେ ଅଧ୍ୟକ୍ଷମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ଏତଦବ୍ୟତିତ ସଂସ୍କୃତ କଲେଜ ଗୁଡିକରେ କମ୍ପ୍ୟୁଟର ଶିକ୍ଷା ପ୍ରଦାନ, କଲେଜ ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବିକାଶ, ଛାତ୍ରଛାତ୍ରୀମାନଙ୍କ ଅଧ୍ୟୟନ ସମ୍ପର୍କରେ କଲେଜ ଭୈଠକରେ ଛାତ୍ରାଭିଭାବକମାନଙ୍କ ସଂପୃକ୍ତି,ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ କ୍ଷେତ୍ରରେ କଲେଜ ଅଧ୍ୟକ୍ଷ,ଅଧ୍ୟାପକ ଓ ଅଧ୍ୟାପିକାଙ୍କ ଭୂମିକା ଓ ପ୍ରତିବଦ୍ଧତା ସମ୍ପର୍କରେ ମନ୍ତ୍ରୀ ଶ୍ରୀ ସାହୁ ଆଲୋଚନା କରିବା ସହ ବିଭିନ୍ନ ପରାମର୍ଶ ଦେଇଥିଲେ । କଲେଜ ଗୁଡିକର ବିଭିନ୍ନ ସମସ୍ୟା ଓ ଅଧ୍ୟୟନ କ୍ଷେତ୍ରରେ ଉପୁଜୁଥିବା ସମସ୍ୟା ସମ୍ପର୍କରେ ମନ୍ତ୍ରୀ ପଚାରିବୁଝିବା ସହ କଲେଜ ଅଧ୍ୟକ୍ଷମାନଙ୍କ ଠାରୁ ବିଭିନ୍ନ ପରାମର୍ଶ ମଧ୍ୟ ଗ୍ରହଣ କରିଥିଲେ । ଏହି ସମୀକ୍ଷା ବୈଠକରେ ବିଧାୟକ ଶଶୀଭୂଷଣ ବେହେରା,କେନ୍ଦ୍ରାପଡା କଲେଜ ଅଧ୍ୟକ୍ଷ ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ସମେତ ବିଭିନ୍ନ କଲେଜର ଅଧ୍ୟକ୍ଷ,ଅଧ୍ୟକ୍ଷାମାନେ ଉପସ୍ଥିତ ଥିଲେ । ଶେଷରେ ଉପାଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ