କେନ୍ଦ୍ରାପଡା ଡିଏଭି ପବ୍ଲିକ ସ୍କୁଲରେ ସ୍କୁଲ କ୍ୟାବିନେଟ ନିର୍ବାଚନ
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ାସ୍ଥିତ ଡିଏଭି ପବ୍ଲିକ୍ ସ୍କୁଲରେ ଆଜି ସ୍କୁଲ କ୍ୟାବିନେଟ୍ ନିର୍ବାଚନ ଉତ୍ସାହ ଓ ଗଣତାନ୍ତ୍ରିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ପଦପଦବୀ ପାଇଁ ୩୮ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ନାମାଙ୍କନ ଦାଖଲ କରିଥିଲେ। ଏହି ନିର୍ବାଚନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନେତୃତ୍ୱ, ଦାୟିତ୍ୱବୋଧ, ଶୃଙ୍ଖଳା ଓ ଗଣତାନ୍ତ୍ରିକ ମୂଲ୍ୟବୋଧର ବିକାଶ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ନିର୍ବାଚନ ପ୍ରକ୍ରିୟାରେ ବିଭିନ୍ନ ପଦବୀ ପାଇଁ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ନିର୍ବାଚନ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟକୁ ଶିକ୍ଷକ/ଶିକ୍ଷୟିତ୍ରୀମାନେ ସୁଚାରୁ ରୂପେ ପରିଚାଳନା କରିଥିଲେ। ବିଭିନ୍ନ ପଦବୀ ପାଇଁ ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ପ୍ରତୀକ କୁମାର ବେହେରା- ପ୍ରଧାନମନ୍ତ୍ରୀ, ଶ୍ୟାମସ୍ୱରୂପ ଜେନା – ଉପପ୍ରଧାନମନ୍ତ୍ରୀ, ଆଦ୍ୟା ଆକାଂକ୍ଷା ଦାସ- ପିକନିକ୍ ମନ୍ତ୍ରୀ, ସାଇସାର୍ଥକ ଧଳ- ଶିକ୍ଷା ମନ୍ତ୍ରୀ, ଦିବ୍ୟାଶା ଦାଶ- ବିଦ୍ୟାଳୟ ବିକାଶ ମନ୍ତ୍ରୀ, ବିଶ୍ୱରାଜ ଦାଶ- ସାଂସ୍କୃତିକ ମନ୍ତ୍ରୀ ଏବଂ ପ୍ରିୟଙ୍କା ପ୍ରିୟାଂଶୀ- ସ୍ୱାସ୍ଥ୍ୟ ଓ ପରିଚ୍ଛନ୍ନତା ମନ୍ତ୍ରୀ ଭାବେ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ଏହି ନିର୍ବାଚନ ପରିଚାଳନାରେ ଶିକ୍ଷୟିତ୍ରୀ ସଙ୍ଗୀତା ସୁଭଦର୍ଶିନୀ ମୁଦୁଲି, ସଫିନା ସୁଲତାନା, ଦୁର୍ଗାଶ୍ରୀ ବେହେରା, ସୁପ୍ରିୟା ବେହେରା ଏବଂ ଶିକ୍ଷକ ଅତିଶ ରଞ୍ଜନ ସାରଙ୍ଗୀ ଓ ଶିବ ପ୍ରସାଦ ପଣ୍ଡା ପ୍ରମୁଖ ସକ୍ରିୟ ଭୂମିକା ଗ୍ରହଣ କରି ସମସ୍ତ ନିର୍ବାଚନୀ ପ୍ରକ୍ରିୟାକୁ ସୁଚାରୁ ରୂପେ ସମ୍ପନ୍ନ କରିଥିଲେ। ବିଦ୍ୟାଳୟର ଏହି ଅଭିନବ ପ୍ରୟାସ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନେତୃତ୍ୱ ନେବାର ଦକ୍ଷତା, ସାମୂହିକ କାର୍ଯ୍ୟ କରିବାର ମନୋଭାବ ଏବଂ ଭବିଷ୍ୟତରେ ଜଣେ ଦାୟିତ୍ୱସମ୍ପନ୍ନ ନାଗରିକ ହେବା ପାଇଁ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଉଛି।


