ନବୀନଙ୍କ ଦେଶୀ ଓଡ଼ିଆ ଖାଦ୍ୟରେ ଶାହା ଖୁସ୍‌

ଭୁବନେଶ୍ବର : ଆଜି ନବୀନ ନିବାସରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଭବ୍ୟ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦେଶୀ ଓଡ଼ିଆ ଖାଦ୍ୟ ଖାଇ ଶାହା ବେଶ୍‌ ଖୁସ୍‌ ରହିଥିବାର ଜଣାଯାଇଛି। ଡାଲି, ଭଜା ତରକାରୀ ସହିତ ମିଠା ଖାଦ୍ୟରେ ଶାହାକୁ ଆପ୍ୟାୟିତ କରାଯାଇଛି। ସମ୍ପୂର୍ଣ୍ଣ ଓଡ଼ିଆ ଘରୋଇ ଶୈଳୀରେ ପ୍ରସ୍ତୁତ ଖାଦ୍ୟକୁ ଶାହା ବେଶ୍‌ ପସନ୍ଦ କରିଛନ୍ତି। ଉଭୟ ଆମିଷ ଓ ନିରାମିଶ ବ୍ୟଞ୍ଜନରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଇଥିଲା। ଏହି ଖାଦ୍ୟରେ ରହିଥିଲା ସମ୍ପୂର୍ଣ୍ଣ ଓଡ଼ିଆ ଶୁଦ୍ଧ ଖାଦ୍ୟ । ମଧ୍ୟାହ୍ନ ଭୋଜନରେ ପରସା ଯାଇଥିବା ଖାଦ୍ୟ ମଧ୍ୟରେ ରହିଥିଲା- ବାଇଗଣ ଭଜା, ଆଳୁ ମଟର ମସଲା (ଓଡ଼ିଆ ଶୈଳୀରେ ପ୍ରସ୍ତୁତ), ଗୁଚ୍ଚି ପନୀର୍‌, ଡାଲି, ଟମୋଟା ଚଟଣୀ, ପାମ୍ପଡ଼, ରୁଟି, ବୁନ୍ଦି ରାଇତା, ଭାତ ଓ ମାଛ ତରକାରୀ (ସମ୍ପୂର୍ଣ୍ଣ ଓଡ଼ିଆ ଶୈଳୀରେ ପ୍ରସ୍ତୁତ ମାଛ ବେସର), ଛେନା ପୋଡ, ରସ ମଲାଇ। ଏହି ରୟାଲ୍‌ ମଧ୍ୟାହ୍ନ ଭୋଜନରେ ଅମିତ୍‌ ଶାହାଙ୍କ ସହିତ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ୍‌ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମିଲ୍‌ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ