ପୂର୍ବାଞ୍ଚଳ ଭିତ୍ତିଭୂମି ବିକାଶ ପାଇଁ ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିବାକୁ ଦାବି ଜଣାଇଲେ ନବୀନ

ଭୁବନେଶ୍ବର : ଆଜି ଲୋକସେବା ଭବନରେ ୨୪ତମ ପୂର୍ବାଞ୍ଚଳ ପରିଷଦ ବୈଠକ ଅନୁଷ୍ଠିତ ହେଉଛି । ଜାତୀୟ ସଂହତି ଓ କେନ୍ଦ୍ର-ରାଜ୍ୟ ସମ୍ପର୍କ ବୃଦ୍ଧି ବୈଠକର ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍‌ ଶାହା ଉପସ୍ଥିତ ରହିଛନ୍ତି । ଏହି ବୈଠକରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାରର ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିଛନ୍ତି। ଏହି ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିଭାଷଣ ରଖିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟରେ ଓଡ଼ିଶା ଯୁଝୁଥିବାର ଓଡ଼ିଶାକୁ ସ୍ପେଶାଲ୍‌ ଫୋକସ୍‌ ଷ୍ଟେଟ୍‌ ମାନ୍ୟତା ପାଇଁ ଦାବି ଜଣାଇଛନ୍ତି ନବୀନ। ଏହି ଅବସରରେ ଫୋନି ସହାୟତା ପାଇଁ କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି ବୈଠକରେ ବ୍ୟାକିଂକ, ଟେଲି ଘନତ୍ବ, କୋଇଲା ରୟାଲଟି ବୃଦ୍ଧି, ରେଳ ଓ ସଡକକୁ ନେଇ ଦାବି ଜଣାଇଛନ୍ତି ।
ଟେଲି, ବ୍ୟାଙ୍କ, ରେଳ ଓ ସଡକରେ ପୂର୍ବାଞ୍ଚଳ ନିମ୍ନରେ ରହିଥିବାରୁ ଏସବୁ କ୍ଷେତ୍ରରେ ଅନୁଦାନ ଦୁଇ ଗୁଣା କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ଦେଶର ଖଣି ସମ୍ପଦ କ୍ଷେତ୍ରରେ ପୂର୍ବାଞ୍ଚଳର ଅବଦାନ ସର୍ବାଧିକ ରହିଥିବାରୁ ପୂର୍ବାଞ୍ଚଳ ଅର୍ଥନୈତିକର ବିକାଶରେ ଏହାର ଫଳ ବିନିଯୋଗ କରିବାକୁ ଦାବି କରିଛନ୍ତି । କେବଳ ଓଡ଼ିଶା ନୁହେଁ, ପୂର୍ବାଞ୍ଚଳ ଭିତ୍ତିଭୂମି ବିକାଶ ପାଇଁ ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିବାକୁ ନେଇ ମଧ୍ୟ ଦାବି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
ସେହିପରି କୋଇଲା ରୟାଲିଟିକୁ ନେଇ ମଧ୍ୟ ଦାବି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ୨୦୧୨ରୁ ଏଯାଏ କୋଇଲା ରୟାଲିଟି ନବୀକରଣ କରାଯାଇନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । କୋଇଲା ରୟାଲିଟି ବୃଦ୍ଧି ଓ କ୍ଲିନ୍‌ ଏନର୍ଜି ସେସ୍‌ ଭାଗ ମିଳିବା ନେଇ ଦାବି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସମ୍ବିଧାନ ଅଷ୍ଟମ ପରିଚ୍ଛେଦରେ ହୋ, ଭୂମିଜ, ମୁଣ୍ଡାରି ଭାଷା ସାମିଲ୍‌ ହେବାକୁ ଦାବି ଜଣାଇବା ସହିତ ଧାନ କିଣା ସବସିଡି ମିଳୁ ନଥିବାରୁ ଚାଷୀଙ୍କ ପାଇଁ ସମସ୍ୟା ହେଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ରେଳ ଭିତ୍ତିଭୂମି ପାଇଁ ରାଜ୍ୟ ମାଗଣା ଜମି ଓ ୫୦% ପାଣ୍ଠି ଯୋଗାଇବା ପରେ ବି ରେଳ ପ୍ରକଳ୍ପ ଆଗଉନି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଆର୍ଥିକ, ଭିତ୍ତିଭୂମି ଓ ବୈଷୟିକ କ୍ଷେତ୍ରରେ ସଂହତି ଆସିବା ଜରୁରୀ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ