ବାଗଡିଆଣି ଗାଁରେ ଉତ୍କଟ ଜଳ ସମସ୍ୟା
କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ବାଗଡିଆଣି ଗାଁରେ ଦେଖାଦେଇଛି ଉତ୍କଟ ଜଳ ସମସ୍ୟା।ଗାଁର ନରିଆପଡାରେ ପ୍ରାୟ ୨୫ ପରିବାର ବସବାସ କରନ୍ତି।କିନ୍ତୁ ପାନୀୟ ଜଳର ବ୍ୟବସ୍ଥା ପାଇଁ ଗୋଟିଏ ମାତ୍ର ନଳକୂପ ଅଛି ,କିନ୍ତୁ ତାହା ଅଚଳପ୍ରାୟ ହେଇ ପଡିରହିଛି । ଦିନକୁ ୫/୬ ବାଲ୍ଟି ପାଣି ବାହାରୁଥିବା ବେଳେ ସେଇ ପାଣି ପାଇଁ ବେଳେବେଳେ ଗଣ୍ଡଗୋଳ ମଧ୍ୟ ହୁଏ । ଏଭଳି ଅଭିଯୋଗ କରିଛନ୍ତି ଉକ୍ତ ନରିଆପଡା ବାସୀ । ଏସବୁ ଅସୁବିଧାକୁ ଦୃଷ୍ଟିରେ ରଖି ପଡାର ପୁରୁଣା ପରିତ୍ୟକ୍ତ କୂପର ଦୂଷିତ ପାଣି ବ୍ୟବହାର କରି ତୃଷା ମେଣ୍ଟାଇଥାଆନ୍ତି। ଗ୍ରୀଷ୍ମଋତୁ ସହ ଜଳ ସମସ୍ୟା ଏମାନଙ୍କ ଆଣିଥାଏ ଜଳକଷ୍ଟ । ଗାଧୋଇବା ପାଇଁ ବିଲଜମିର ଦୂଷିତ ପାଣି ବ୍ୟବହାର କରି ବିଭିନ୍ନ ଚର୍ମରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ କରିଛନ୍ତି ପଡାବାସୀ । ଏନେଇ ସରପଞ୍ଚ ଓ ବ୍ଲକ୍ ଅଧ୍ୟକ୍ଷାଙ୍କୁ ବାରମ୍ବାର ଦୃଷ୍ଟିକୁ ଆଣିଥିଲେ ମଧ୍ୟ ପ୍ରତିକାର କରାଯାଇନଥିବା କହିଛନ୍ତି ନରିଆପଡା ପଡାବାସୀ ।