ନାବାଳିକାକୁ ଅପହରଣ କରି ଦୁଷ୍କର୍ମ
ଯୋଡ଼ା (ଯୁଗାଦ୍ଦ) : ସହରରେ ଜଣେ ୧୭ ବର୍ଷୀୟା ନାବଳିକାଙ୍କୁ ଅପହରଣ କରି ଦୁଷ୍କର୍ମ କରାଯାଇଥିବା ନେଇ ଯାଡା ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୋଲିସର ସୂଚନାନୁଯାୟୀ ଜଣା ପଡିଛି ଯେ, ଯୋଡା ସହରରେ ଏକ ବସ୍ତିରେ ରହୁଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ କିଛି ଦୁର୍ବୁତ ଯୋଡାରୁ ଅପହରଣ କରିନେଇ ଗତ ତା ୨୧/୦୨/୨୦୨୦ ରିଖଠାରୁ ତା ୨୮/୦୨/୨୦୨୦ ରିଖ ପର୍ଯ୍ୟନ୍ତ ବାମେବାରୀ ଅଂଚଳରେ ଏକ ବନ୍ଦ ଘରେ ରଖି ଦୁଷ୍କର୍ମ କରିଥିଲେ । ଅପହରଣକାରୀମାନେ ଉକ୍ତ ନାବାଳିକାଙ୍କୁ ଶନିବାର ଯୋଡା ବସ୍ଷ୍ଟାଣ୍ଡଠାରେ ଛାଡି ଦେଇଥିଲେ । ଏହା ପରେ ନାବାଳିକା ଜଣଙ୍କୁ ତାଙ୍କ ପରିବାର ଲୋକେ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାକୁ ନେବା ସହିତ ଯୋଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏନେଇ କେଶ୍ ନଂ ୪୭/୨୦୨୦ ରୁଜୁ କରି ତଦନ୍ତ ଜାରି ରଖିଛି ।