ଟୟୋଟା କିଲୋସ୍କର ମୋଟର ପକ୍ଷରୁ ନୂଆ ବିଳାସପୂର୍ଣ୍ଣ ଭେଲ୍ଲଫିରେର ବଜାର ପ୍ରବେଶ

ଟୟୋଟା କିଲୋସ୍କର ମୋଟର ପକ୍ଷରୁ ଭାରତରେ ଏହାର ନୂଆ ବିଳାସପୂର୍ଣ୍ଣ ସେଲଫ୍‌-ଚାର୍ଜିଂ ହାଇବ୍ରିଡ୍ ଇଲେକ୍‌ଟ୍ରିକ୍ ଯାନ ଭେଲ୍ଲଫିରେର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ନୂଆ ଭେଲ୍ଲଫିରେ ଶକ୍ତିଶାଳୀ ଡ୍ରାଇଭିଂ ଅଭିଜ୍ଞାତ ଉପଲବ୍ଧ କରାଇବାକୁ ସକ୍ଷମ ହେବ । ଏହା କମ୍ ଇନ୍ଧନରେ କାର୍ଯ୍ୟ କରିବାକୁ ସକ୍ଷମ । ଏହା କମ୍ କାର୍ବନ୍ ସୃଷ୍ଟି କରିବ । ଏହା ୪୦% ଦୂରତା ଏବଂ ୬୦% ସମୟ ବଂଚାଇବାକୁ ସକ୍ଷମ । ଏହା ଜିରୋ ଇମିସନ୍‌ରେ ଇଞ୍ଜିନ୍ ଅଫ୍ ମୋଡ୍‌ରେ ମଧ୍ୟ କାର୍ଯ୍ୟ କରିବାକୁ ସକ୍ଷମ
ଏଥିରେ ୨.୫ ଲିଟର ୪-ସିଲିଣ୍ଡର ଇଞ୍ଜିନ୍‌, ଗ୍ୟାସୋଲିନ୍ ହାଇବ୍ରିଡ୍ ଇଞ୍ଜିନ୍‌, ୮୬ କିଲୋୱାଟ୍‌(୧୧୫ ବିଏଚ୍‌ପି) ପାୱାର, ୧୯୮ ଏନ୍‌ଏମ୍ ଟର୍କ, ୨୮୦୦ରୁ ୪୦୦୦ ଆର୍‌ପିଏମ୍ ଆଦି ବୈଶିଷ୍ଟ୍ୟ ରହିଛି । ଏଥିରେ ୨ଟି ଇଲେକ୍ଟ୍ରିକ୍ ମୋଟର ଏବଂ ବ୍ୟାଟେରୀ ରହିଛି । ୭ ଏସ୍‌ଆର୍‌ଏସ୍ ଏୟାର ବ୍ୟାଗ୍‌, ଭିଡିଆଇଏମ୍‌, ଏଚଏସି, ଭିଏସ୍‌ସି ଆଦି ସରୁକ୍ଷିତ ବୈଶିଷ୍ଟ୍ୟ ରହିଛି । ଏହା ବର୍ଣ୍ଣିଂ ବ୍ଲାକ୍‌, ହ୍ୱାଇଟ୍ ପର୍ଲ, ଗ୍ରାଫାଇଟ୍ ଏବଂ ବ୍ଲାକ୍ ଆଦି ୪ଟି ଆକର୍ଷଣୀୟ ବାହ୍ୟ ରଙ୍ଗରେ ଉପଲବ୍ଧ ହେଉଛି । ଏହା ସହିତ ଫ୍‌ଳାକ୍ସନ୍ ଏବଂ ବ୍ଲାକ୍ ଆଦି ୨ଟି ଆଭ୍ୟନ୍ତରୀଣ ରଙ୍ଗରେ ଉପଲବ୍ଧ ହେଉଛି । ଏହା ଭାରତରେ କେରଳ ବ୍ୟାତିତ ଅନ୍ୟ ଅଂଚଳରେ ଉପଲବ୍ଧ ହେଉଥିବାବେଳେ ଏହାର ଏକ୍ସ-ଶୋରୁମ୍ ମୂଲ୍ୟ ୭୯,୫୦,୦୦୦ ଟଙ୍କା ରହିଛି । ଏହା ପ୍ରଥମ ୩ ମାସର ଶିପ୍‌ମେଂଟ୍ ବିକ୍ରି ହୋଇ ସାରିଛି । ଏହା ଲିଟର ପିଛା ୧୬.୩୫ କିମି ଦୂରତା ଅତିକ୍ରମ କରିବାକୁ ସକ୍ଷମ ।ଏହି ଅବସରରେ ଟୟୋଟା କିଲୋସ୍କର ମୋଟରର ଉପାଧ୍ୟକ୍ଷ ବିକ୍ରମ କିଲୋସ୍କକର କହିଲେ, “ସମ୍ପ୍ରତି ଭାରତୀୟ ଅଟୋମୋଟିଭ୍ ଶିଳ୍ପରେ ଗ୍ରାହକ ଅବିଜ୍ଞାତ ବୃଦ୍ଧି ପାଇଁ ବିଭିନ୍ନ ଜ୍ଞାନକୌଶଳର ନବୀକରଣ ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ଆମେ ଭାରତରରେ ଗ୍ରାହକଙ୍କ ଆବଶ୍ୟକତା ବୁଝି ଉତ୍ପାଦ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଇଛୁ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ