ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ପ୍ରଦାନ

ଭୁବନେଶ୍ୱର, (ଯୁଗାବ୍ଦନ୍ୟୁଜ) ଫନି ବାତ୍ୟାରେ ଓଡ଼ିଶାର ଉପକୂଳ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଲକ୍ଷ ଲକ୍ଷ ଲୋକ ବେସାହାରା ହେବା ସହ ବିଦ୍ୟୁତ୍ ଓ ପାନୀୟ ଜଳର ଘୋର ଅଭାବ ଦେଖାଦେଇଛି । ଏହି ପରିସ୍ଥିତିରେ ବିପନ୍ନଙ୍କୁ ସହାୟତା ପାଇଁ ପିପୁଲ୍ସ ଫୋରମର ସଭ୍ୟ ସମ୍ପାଦକ ତଥା ଅନ୍ନପୂର୍ଣ୍ଣା ଫାଇନାନ୍ସର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଗୋବିନ୍ଦ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଏଥି ସହିତ ଏହି ବାତ୍ୟାରେ ବ୍ୟାପକ ସଂଖ୍ୟାରେ ଲୋକମାନଙ୍କୁ ରୋଜଗାର ଯୋଗାଇ ଦେଉଥିବା ନଡ଼ିଆ ଗଛ ଭାଙ୍ଗି ଯାଇଥିବା ହେତୁ ପ୍ରାୟ ୩୦ ହଜାର ନଡ଼ିଆଚାରା ଚାଷୀଙ୍କୁ ଯୋଗାଇ ଦେବାକୁ ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ