ପୌର ପରିଷଦର ଗୋଲାସାହିର ଗଣେଶ ପୂଜା ମହୋତ୍ସବ
ଆସିକା (ୱାଇଏନ୍ଏସ୍) : ଗତ ୧୪ ତାରିଖ ଠାରୁ ଆସିକା ପୌର ପରିଷଦ ଅଧୀନସ୍ଥ ୬ ନମ୍ବର ୱାର୍ଡର ଗୋଲାସାହିର ଅସ୍ଥାୟୀ ମଣ୍ଡପରେ ଅଗ୍ରପୂଜ୍ୟ ପାର୍ବତୀ ନନ୍ଦନ ଶ୍ରୀ ଗଣେଶଙ୍କ ପୂଜା ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଟିତ ହୋଇଯାଇଥିବା ଲକ୍ଷ୍ୟ କରାଯାଇଛି। ଗୋଲାସାହି ପୂଜା ମଣ୍ଡପରେ ବିଘ୍ନ ବିନାଶକ ଗଣେଶଙ୍କ ଆକର୍ଷଣୀୟ ମୁର୍ତ୍ତି ଶୋଭା ପାଉଥିଲା ବେଳେ ରଙ୍ଗ ବେରଙ୍ଗର ଆଲୋକମାଳାରେ ସମଗ୍ର ପରିବେଶ ଝଲିସି ଉଠୁଥିବା ଲକ୍ଷ୍ୟ କରାଯାଇଛି। ଆସିକା ସହରର ଜଣାଶୁଣା ଆଧ୍ୟାତ୍ମିକପ୍ରେମୀ ଜିତେନ୍ଦ୍ର କୁମାର ମହାରଣାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ଏବଂ ୬ ନମ୍ବର ୱାର୍ଡ ଗୋଲାସାହିର ପୂଜାମହଲ ଯୁବକ ସଂଘର ସଦସ୍ୟ ସତୀଶ୍ ଆଚାରୀ, କାହ୍ନା ଆଚାରୀ, ଶିଶିର ମହାପାତ୍ର, ସାଗର ମହାରଣା, ତାରିଣୀ ଆଚାରୀ, ସାଗର ମହାପାତ୍ର, ସନ୍ମୁଖ୍ ଆଚାରୀ, ବୁଢା ଆଚାରୀ, ପି.ଶୁଭମ୍ ପାତ୍ର, କାଳୁ ଆଚାରୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଯୁବ ପିଢୀଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିବା ଏହି ଗଣେଶ ପୂଜା ମହୋତ୍ସବ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ପରିଡା ଏବଂ ହରେକୃଷ୍ଣ ମଲିକ, ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରା, ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ଦିଲୀପ କୁମାର ପାଣିଗ୍ରାହୀ, ମାନସ ରଂଜନ ଗୌଡ, ଆସିକା ନଗର ମହିଳା ବିଜେଡିର ସଭାନେତ୍ରୀ ଏମ୍.ରଶ୍ମିତା ସେନାପତି, ଆସିକା ପୌର ପରିଷଦର କାଉନସିଲର ନିଗମାନନ୍ଦ ରାଉତ, ବିଜେଡି ନେତା ସତ୍ୟନାରାୟଣ ସାମନ୍ତରା, ତ୍ରିନାଥ ମହାରଣା, ସୁନିଲ୍ କୁମାର ପାଣିଗ୍ରାହୀ, ସନ୍ତୋଷ ନାହାକ, ସାଗର ପାତ୍ର, ଅନନ୍ତ ଭଂଜ, ମଧୁସୂଦନ ସ୍ୱାଇଁ, ବ୍ରଜବନ୍ଧୁ ପଣ୍ଡା, ରାମେଶ୍ୱର ରାଉତ, ବିମଳ ପ୍ରଧାନଙ୍କ ସମେତ ବହୁ ଦଳୀୟ ନେତା, ଶ୍ରଦ୍ଧାଳୁ ଭକ୍ତ, ଆଧ୍ୟାତ୍ମିକ ପ୍ରେମୀ ପହଞ୍ଚି ଅଗ୍ରପୂଜ୍ୟ ଗଣେଶଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବା ସହ ଆସିକା ଅଞ୍ଚଳବାସୀଙ୍କ ମଙ୍ଗଳ, ସୁଖସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ କାମନା ପାଇଁ ଆଶିଷ ଭିକ୍ଷା କରିବା ସାଙ୍ଗକୁ ପୂଜାମହଲର କାର୍ଯ୍ୟକର୍ତ୍ତାମାନଙ୍କୁ ଉତ୍ସାହିତ କରିବା ସାଙ୍ଗକୁ ଭାଇଚାରାର ନିଦର୍ଶନକୁ ଆହୁରି ସୁଦୃଢ କରିବାକୁ ପରାମର୍ଶ ଦେଇଥିବା ଦେଖିବାକୁ ମିଳିଥିଲା । ଆସିକା ପୌର ପରିଷଦ ପରିସରଭୁକ୍ତ ଗୋଲାସାହି ପୂଜାମଣ୍ଡପରେ ଆୟୋଜକଙ୍କ ପକ୍ଷରୁ ବିଜେଡି ନେତୃମଣ୍ଡଳୀ ଏବଂ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ଦେଖିବାକୁ ମିଳିଥିଲା ।


