ଜିଲ୍ଲାପାଳଙ୍କ ଅଭିଯୋଗ ଜନଶୁଣାଣି
ଛତ୍ରପୁର, : ଡିଆରଡିଏ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଗଂଜାମ ଜିଲ୍ଲାପାଳ ଓ ଏସ୍ପିଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳଙ୍କ ଅନୁପସ୍ଥିତ ରେ ଏହି ଶିବିରରେ ଗଂଜାମ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଓ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଗ୍ରିବେନ୍ସ ଅଧିକାରୀ ସୌଭାଗ୍ୟ କୁମାର ଗୌଡ ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କରିଥିଲେ । ଆଜିର ଶିବିରରେ ୨୨୦ ଟି ଅଭିଯୋଗର ଶୁଣାଣି କରାଯାଇଥିଲା । ସେଥିରୁ ୨୦୮ ଅଭିଯୋଗ ବ୍ୟକ୍ତିଗତ ଥିଲା । ୭ ଟି ସାମୁହିକ ଅଭିଯୋଗ ଶୁଣାଣି କରାଯାଇଥିବା ବେଳେ ଅବଶିଷ୍ଟ ୨୩ ଟି ଅଭଯୋଗ ଆଶୁ ସମାଧାନ ହୋଇଥିଲା । ସେହିପରି ୩ ଜଣଙ୍କୁ ରେଡକ୍ରସ୍ ପାଣ୍ଠିରୁ ୧୮ ହଜାର ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ଜଣଙ୍କୁ ୨୫ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା । ବିଶେଷ କରି ବ୍ୟକ୍ତିଗତ ଅଭିଯୋଗ ଗୁଡିକ ମଧ୍ୟରୁ ବାର୍ଦ୍ଧକ୍ୟ ଭତ୍ତା ଠାରୁ ଆରମ୍ଭ କରି ମଣ୍ଡିରେ ଧାନ ଉଠୁନାହିଁ, ରାସନକାର୍ଡ, ସ୍ୱାସ୍ଥ୍ୟଗତ, ପାନୀୟ ଜଳ ଏବଂ ଗ୍ରାମ୍ୟ ସମସ୍ୟା ପର୍ଯ୍ୟନ୍ତ ହିତାଧିକାରୀମାନଙ୍କ ଅଭିଯୋଗ ଶୁଣାଣି ହୋଇଥିଲା ।


