ତିନି ଚ୍ୟାନେଲକୁ ଇସି ପଠାଇଲେ ନୋଟିସ
ଚଳିତ ମେ ୧୯ ତାରିଖରେ ନିର୍ବାଚନର ଶେଷ ତାରିଖ । ନିର୍ବାଚନ ଶେଷ ନହେବା ପୂର୍ବରୁ ତିନିଗୋଟି ଘରୋଇ ଚ୍ୟାନେଲ ନିଜର ଏକଜିଟ ପୋଲକୁ ପ୍ରସାରଣ କରି ଫଳାଫଳ ପୂର୍ବାନୁମାନ କରିଥିଲେ । ଗତକାଲି ସଂପୃକ୍ତ ତିନିଗୋଟି ଚ୍ୟାନେଲକୁ ନୋଟିସ ପଠାଇଛନ୍ତି । ଦେଶରେ ନିର୍ବାଚନ ଆଚରଣ ବିଧି ଚାଲିଥିବା ବେଳେ କେଉଁ ସ୍ୱାର୍ଥରେ ସେମାନେ ପ୍ରସାରଣ କଲେ ତାହାକୁ ନେଇ ନିର୍ବାଚନ କମିସନର ଟିଭି ଚ୍ୟାନେଲକୁ ନୋଟିସ ଜାରି କରିବା ସହ ସେମାନଙ୍କ ବିରୋଦ୍ଧରେ କାହିଁକି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ନାହିଁ ତାହା ମଧ୍ୟ ଯବାବ ମାଗିଛନ୍ତି । ଜନପ୍ରତିନିଧି ଆକ୍ଟ ୧୨୬ (ଏ) କୁ ଏହା ଉଲ୍ଲଂଘନ କରିଥିବା ଦର୍ଶାଇଛନ୍ତି । ଏହା ସହିତ ଫେସବୁକ ଓ ଟିଭି ଚ୍ୟାନେଲ ସହିତ ଉଡାଇବାକ୍ୁ ନିର୍ଦେଶ ଦେଇଛନ୍ତି ।