ଟ୍ରେନରେ କଟି ଯୁବକ ମୃତ
ହାଟଡ଼ିହି, : ବୈତରଣୀରୋଡ ନିକଟରେ ଟ୍ରେନରେ କଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ଘଟଣାଟି ମଧ୍ୟାହ୍ନରେ ଘଟିଥିଲେ ମଧ୍ୟ କେହି ତାଙ୍କର ପରିଚୟ ପାଇ ପାରି ନଥିଲେ । ଆଜି ସନ୍ଧ୍ୟାରେ ମୃତଦେହର ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରଚାର ହେବାପରେ ଏହା ହାଟଡିହି ବ୍ଲକ ନନ୍ଦିପଦା ଥାନା ନୁଆ ରମ୍ପାସ ଗ୍ରାମର ବିଷ୍ଣୁ ପ୍ରସାଦ ନାୟକ ବୋଲି ଅନୁମାନ କରାଯାଉଛି । ଗ୍ରାମର ଏହି ଯୁବକ ଜଣକ ଆଜି ସକାଳେ ବୈତରଣୀରୋଡ ଯାଇଥିବାବେଳେ କିପରି ଦୁର୍ଘଟଣା ଘଟିଲା ତାହା ସନ୍ଦେହ ଘେରରେ ରହିଛି । କେହି ଏହାକୁ ଆତ୍ମହତ୍ୟା ବୋଲି କହୁଥିବାବେଳେ ଆଉ କେହି ଦୁର୍ଘଟଣା ବୋଲି କହୁଛନ୍ତି । ଖବରପାଇ ପରିବାର ଲୋକେ ବୈତରଣୀରୋଡ ଯାଇଥିବା ଜଣାଯାଇଛି ।