ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର
ଭୁବନେଶ୍ୱର:ବିଶିଷ୍ଟ ସାହିତି୍ୟକା ବୀଣାପାଣି ମହାନ୍ତିଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସାରସ୍ବତ ସମ୍ମାନ ଅତିବଡ଼ୀ ଜଗନ୍ନାଥ ଦାସ (୨୦୧୯) ପୁରସ୍କାରରେ ସମ୍ମାନିତ କରାଯିବ। ଏହା ସହ ବୟୋଜ୍ୟେଷ୍ଠ ସାହିତି୍ୟକ ଓ ସାହିତି୍ୟକାଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏ ନେଇ ସୋମବାର ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ହରିହର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଘୋଷଣା କରାଯାଇଛି।