ଗାଁ ରେ ପଶିଲା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ସୁନ୍ଦରାପାଳ ଗ୍ରାମର ପାତ୍ର ସାହିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ଠାରୁ ଲଗାଣ ବର୍ଷା ଲାଗି ରହିବା ଦ୍ୱାରା ଗଡ଼ଚଣ୍ଡୀ ପାହାଡ଼ରୁ ବର୍ଷାପାଣି ଆସି ଗାଁରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାସ୍ତା ଘାଟ ବୁଡିଯିବା ସହିତ ସୁନ୍ଦରାପାଳ, ବରାଙ୍ଗ, ଜାମ୍ଭୀରା, ଆମ୍ବଗଡିଆ ଆଦି ଅଞ୍ଚଳର ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇଛି। ଅନେକ ଚାଷୀଙ୍କ ରୁଆ ପୋତା ହୋଇଥିବା ଧାନତଳି ଭସାଇ ନେଇଛି। ପାତ୍ର ସାହିରେ ୪୦ରୁ ଉର୍ଦ୍ଧ ପରିବାର ବାସ କରୁଥିବା ବେଳେ ରାସ୍ତା ଉପରେ ଆଣ୍ଠୁଏ ପାଣି ଚାଲୁଥିବାରୁ ଯାତାୟାତ କରି ପାରୁ ନାହାନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ