ଦୁର୍ବୁତ୍ତଙ୍କ ଗୁଳିମାଡରେ ଯୁବକ ଗୁରୁତର

ଖଲ୍ଲିକୋଟ ,( ଯୁଗାବ୍ଦ ନ୍ୟୁଜ) : ଖଲ୍ଲିକୋଟ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ଦୁର୍ବୁତ୍ତଙ୍କ ଗୁଳିମାଡରେ ଜଣେ ଯୁବକ ଗୁରୁତର ଆହାତ ହୋଇଛନ୍ତି । ଆହାତ ଯୁବକଙ୍କ ପରିଚୟ ରାମଚନ୍ଦ୍ରପୁର ଗ୍ରାମର ଭିକାରୀ ତରେଇ (୩୫) ବୋଲି ଜଣାପଡିଛି । ଗୁରୁତର ଆହତଙ୍କୁ ଖଲ୍ଲିକୋଟ ସ୍ୱାସ୍ଥ କେନ୍ଦ୍ରରେ ପ୍ରାଥମିକ ଚିକିସ୍ରା ପରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ସୂଚନା ଅନୁଯାୟୀ ଗୁରୁବାର ରାତିରେ ଯୁବକ ଜଣକ ତାଙ୍କର କାର୍ଯ୍ୟଳୟରେ ବସିଥିବା ବେଳେ ଜଣେ ଦୁର୍ବୁତ୍ତ ଆସି ଗୁଳି ଚାଳନା କରିଥିଲା । ଗୁଳିଟି ଭିକାରୀ ତରାଇଙ୍କର ପିଠିରେ ଆଘାତ ଲାଗିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିବା ବେଳେ କାର୍ଯ୍ୟାଳୟରେ ଲାଗିଥିବା ସିସିଟିଭି କ୍ୟାମେରାରୁ ଅପରାଧି ଅ୍ରତିଶିଘ୍ର ଧରାପଡିବ ବୋଲି ଆଶା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ