ବାତ୍ୟା ବିପନ୍ନଙ୍କୁ ଏମବିଏସ କୋଲା ପକ୍ଷରୁ ୨ଲକ୍ଷ ଟଙ୍କା ସହାୟତା ପ୍ରଦାନ
ଛତ୍ରପୁର (ଯୁଗାଦ୍ଦ ନ୍ୟୁଜ) :ଫନୀ ବାତ୍ୟାରେ ରାଜ୍ୟ ଅଧିକାଂଶ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି । ଏହାର ପୁନଃଉଧାର ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ବିଭିନ୍ନ ସ୍ତରରୁ ସହାୟତାର ସୁଅ ଛୁଟିଛି । ଏଥିରେ ସାମିଲ ହୋଇଛି ଏମବିସ କୋଲା । ଏହି ପରିପ୍ରେକ୍ଷୀରେ ଏମବିଏସ କୋଲାର ଏମଡି ବସନ୍ତ ବିଷୋୟୀଙ୍କ ନିର୍ଦେଶ କ୍ରମେ ଏମବିଏସ କୋଲା ର ମାର୍କେଟିଂ ମ୍ୟାନଜର ଭଗବାନ ବିଶ୍ୱାଳ ଓ ଶିବ ପ୍ରସାଦ ନାହାକ ଆଜି ଛତ୍ରପୁର ଠାରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ବାତ୍ୟା ବିପନ୍ନଙ୍କ ପାଇଁ ୨ଲକ୍ଷ ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି ।