ଦକ୍ଷିଣ ଓଡ଼ିଶା ବିଶ୍ୱକର୍ମା ବଢେଇକୂଳ ସମାଜର ବୈଠକ

ହିଂଜିଳିକାଟୁ (ଶେଷଦେବ ସାହୁ): ମୁମ୍ବାଇ ଉକ୍ରଳ ମହାରଣା ସମାଜ ଆନୁକୂଲ୍ୟରେ ଦକ୍ଷିଣ ଓଡ଼ିଶା ବିଶ୍ୱକର୍ମା ବଢେଇକୂଳ ସମାଜର ଏକ ବୈଠକ ହିଂଜିଳିକାଟୁ ବ୍ଳକ ନୁଆଁବୁରୁପଡ଼ା ସ୍ଥିତ ଶ୍ୟାମଳାଇ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ।ୂ ଦକ୍ଷିଣ ଓଡ଼ିଶା ବିଶ୍ୱକର୍ମା ବଢେଇକୂଳ ସମାଜର ସଭାପତି ସନ୍ତୋଷ କୁମାର ମହାରଣାଙ୍କ ଅଧ୍ୟକ୍ଷତାରେ ୍ରଆୟୋଜିତ ବୈଠକରେ ସାଧାରଣ ସମ୍ପାଦକ ହାଡ଼ିବନ୍ଧୁ ମହାରଣା ବୀବରଣୀ ପାଠ କରିଥିଲେ । ନିକଟରେ କିଛି କୁଳଭାଇଙ୍କ ମୃତ୍ୟୁ ଘଟିଥିବା ଯୋଗୁଁ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ମୁମ୍ବାଇରେ ସମାଜ ଗଠନ ହେବା ପର ଠାରୁ ଅସହାୟ କୂଳଭାଇଙ୍କୁ ଆର୍ଥୀକ ସାହାର୍ଯ୍ୟ, କୌଳିକ କର୍ମ ଦ୍ୱାରା ସେଠାରୁ କୂଳଭାଇଙ୍କର ଆର୍ଥୀକ ଅଭିବୃଦ୍ଧି ପାଇଁ କମିଟି ପକ୍ଷରୁ ପ୍ରେରଣା ଯୋଗାଇ ଆସୁଥିଲେ ମଧ୍ୟ କୁଳର ଐତିହ୍ୟ, ପରମ୍ପରା ଓ କୌଳିକ ସାମାଜିକ ବନ୍ଧୁତା ପାଇଁ କୌଳିତ ନୀତିକୁ ଗ୍ରହଣ କରିବା ପାଇଁ ଇଚ୍ଛୁକ ଥାଇ ଦକ୍ଷିଣ ଓଡ଼ିଶା ବିଶ୍ୱକର୍ମା ସମାଜ ବଢେଇକୁଳ ସହ କୁଳନୀତି ଭାବ ବିନିମୟ କରି ସହବନ୍ଧିତ ହୋଇ ପରସ୍ପର ମିଳିମିଶି କାର୍ଯ୍ୟକରି କୁଳଭାଇଙ୍କର ସହାୟକ ପାଇଁ ଇଚ୍ଛୁକ ଥିବା ନେଇ ମୁମ୍ବାଇ ଉକ୍ରଳ ମହାରଣା ସମାଜର ସଭାପତି ଦଃୁଖିଶ୍ୟାମ ମହାରଣା ଓ ସାଧାରଣ ସମ୍ପାଦକ ରଘୁନାଥ ମହାରଣା ମତବ୍ୟକ୍ତ କରିଥିଲେ ।ବେବ÷ଠକରେ ସମାଜର କୁଳଭାଇଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମରେ ମୁମ୍ବାଇ ଉକ୍ରଳ ମହାରଣା ସମାଜର ସମ୍ପାଦକ ରାଜଶ୍ରୀ ରମେଶ ଚନ୍ଦ୍ର ମହାରଣା, ରାଜଶ୍ରୀ ଦୟାନିଧି ମହାରଣା, ଆଠଗଡ଼ ସଭାପତି ଅଶୋକ କୁମାର ମହାରଣା, ମଦନ ମୋହନ ମହାରଣା, ମାଧବ ମହାରଣା, ରତ୍ନାକର ମହାରଣା, ନିକୁଂଜ ବିହାରୀ ମହାରଣା, ଦିବାକର ମହାରଣା, ଯୋଗିନ୍ଦ୍ର ମହାରଣା, ଭାସ୍କର ମହାରଣା, ହରି ମହାରଣା, ବିକ୍ରମ ମହାରଣା, ସିମାଂଚଳ ମହାରଣା, ଅଭିରାମ ମହାରଣାଙ୍କ ସମେତ ଦକ୍ଷିଣ ଓଡ଼ିଶା ବିଶ୍ୱକର୍ମା ବଢେଇକୂଳ ସମାଜର ବହୁ କୁଳଭାଇ ଅଂଶଗ୍ରହଣ କରିଥିଲେ । ପରିଶେଷରେ ଦକ୍ଷିଣ ଓଡ଼ିଶା ବିଶ୍ୱକର୍ମା ବଢେଇକୂଳ ସମାଜର କୋଷାଧ୍ୟକ୍ଷ ବାଇନାଥ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ