ବିଷ ପ୍ରକ୍ରିୟା, ବୃଦ୍ଧା ଅସୁସ୍ଥ
ଦିଗପହଣ୍ଡି ଥାନା ଅଧିନସ୍ଥ ନୂଆଗଡ ଗ୍ରାମରେ ଶୁକ୍ରବାର ସକାଳେ ବିଷ ପ୍ରକ୍ରିୟାରେ ଜଣେ ବୃଦ୍ଧା ଅସୁସ୍ଥ ରହିଥିବା ଜଣାପଡିଛି । ସେହେଲେ ଗ୍ରାମର କାଳିଆ ପ୍ରଧାନଙ୍କ ପତ୍ନୀ ସଶି ପ୍ରଧାନ (୫୫) । ଶଶି କୌଣସି କାରଣରୁ ଶୁକ୍ରବାର ସକାଳେ ଘରେ ରହିଥିବା କୀଟନାଶକ ଔଷଧ ପାନ କରିଦେଇଥିଲେ । ଅସୁସ୍ଥ ଅବସ୍ଥାରେ ପରିବାର ବର୍ଗ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରୁ ବ୍ରହ୍ମପୁର ଅଧିକା ଚିକିତ୍ସା ଲାଗି ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।


