ନିରପେକ୍ଷ ଖବର ପ୍ରକାଶିତ କଲେ ଖବରକାଗଜ ଲୋକାଦୃତ ହୋଇପାରିବ

ଯାଜପୁର : ଦୈନିକ ଓଡ଼ିଆ ଖବରକାଗଜ ମନ୍ଥନ ର ଏଗାରତମ ବାର୍ଷିକଉତ୍ସବ ଯାଜପୁର ରୋଡ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହାର ମୁଖ୍ୟ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ଶରତ ରାଉତଙ୍କ ସଭାପତିତ୍ୱରେ ପୂର୍ବତନ ରାଜ୍ୟସଭା ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ ମିଶ୍ର ପ୍ରମୁଖ ଯୋଗଦେଇ ଖବରକାଗଜର ପାଠକ ସଂଖ୍ୟା ବଢିଲେ ଖବରକାଗଜ ବଞ୍ଚିବ ବୋଲି ମତପ୍ରକାଶ କରିଛନ୍ତି । ନିର୍ଭୀକ, ନିରପେକ୍ଷ ଖବର ପ୍ରକାଶିତ କଲେ ଖବରକାଗଜ ଲୋକାଦୃତ ହୋଇପାରିବ ବୋଲି ସେମାନେ କହିଛନ୍ତି । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତିବିଶେଷଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ