୧୦୪ତମ ବିଜୁ ଜୟନ୍ତୀ ପାଳିତ

ବେଲଗୁଣ୍ଠା (ଶିବରାମ ଚୌଧୁରୀ) : ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ବହୁ ବିଜୁ ପ୍ରେମୀ ଏକତ୍ରିତ ହୋଇ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ବ୍ଳକ ବିଜେଡି ସଭାପତି ତଥା ପ୍ରାକ୍ତନ ବ୍ଳକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ପୁର୍ବତନ ନଗରପାଳ ରବିନ୍ଦ୍ର ନାଥ ମହାପାତ୍ର, ଚନ୍ଦ୍ରମଣି ସାମଲ ,ପୂର୍ବତନ ଉପ-ନଗରପାଳ ପ୍ରଶାନ୍ତ କୁମାର ସାହୁ, ଅବସର ପ୍ରାପ୍ତ କର୍ମଚାରୀ ସଂଘ ସଭାପତି ଅଭିମନ୍ୟୁ ପଟ୍ଟନାୟକ, ଶିକ୍ଷାବିତ ବିଜୟ କୁମାର ସ୍ୱାଇଁ, ଡାଃ ପୁର୍ଣ୍ଣଚନ୍ଦ୍ର ମହାପାତ୍ର, ଯୁବନେତା ଦିଲ୍ଲିପ ଆଚାରୀ, କିଶୋର ସାହୁ, ସମାଜସେବୀ ଆଲୋକ ଶାହାଣୀ, ସୁଶାନ୍ତ କୁମାର ବେହେରା, ମଦନ ମାହୁନ୍ତ,ଭାସ୍କର ପାତ୍ର, ଶିବ ପ୍ରସାଦ ମହାପାତ୍ର, ଲିଖୁ ସାହୁ ତଥା ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ। ସେହିପରି କ୍ଷତ୍ରିୟ ବରପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ରାଜେନ୍ଦ୍ର କୁମାର ଗୌଡଙ୍କ ସଭାପତିତ୍ବରେ ପଞ୍ଚାୟତ ସ୍ତରୀୟ ପଞାୟତୀ ରାଜ ଦିବସ ପାଳିତ ହୋଇଯାଇଛି। ଏଥିରେ ସମିତି ସଭ୍ୟା ଝିଲ୍ଲି ପରିଛା ନାଏବ ସରପଞ୍ଚ ଗାୟତ୍ରୀ ପରିଛାଙ୍କ ସମେତ ବହୁ ୱାର୍ଡ଼ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ। ସେହିପରି ଇଙ୍ଗିନାଠୀ ପଞ୍ଚାୟତ ରେ ପଞ୍ଚାୟତ ରାଜ ଦିବସ ସରପଞ୍ଚ ପ୍ରତିନିଧି ତ୍ରିନାଥ ଗୋଛାୟତ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପଞ୍ଚାୟତ ସଭାପତି ପ୍ରକାଶ ଚନ୍ଦ୍ର ନାୟକ ସମାଜ ସେବୀ ସୂର୍ଯ୍ୟ ନାୟକ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଭଂଜନ ପରିଡା ଗ୍ରାମ ରୋଜଗାର ସେବକ ନୀଳମାଧବ ତ୍ରିପାଠୀ ଅତିଥି ଭାବେ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ