ବିଦେଶ ମନ୍ତ୍ରଣାଳୟର ନୂତନ ପ୍ରବକ୍ତା ହେବେ ଅନୁରାଗ ଶ୍ରୀବାସ୍ତବ

ନୂଆଦିଲ୍ଲୀ : ଭାରତୀୟ ବୈଦେଶିକ ମୁଖପାତ୍ର ରବୀଶ୍‌ କୁମାରଙ୍କ ସ୍ଥାନ ନେବେ ଅନୁରାଗ ଶ୍ରୀବାସ୍ତବ। ୧୯୯୯ ବ୍ୟାଚ୍‌ର ଆଇଏଫଏସ୍‌ ଅଧିକାରୀ ଥିବା ଅନୁରାଗ ଶ୍ରୀବାସ୍ତବ ବର୍ତ୍ତମାନ ଇଥୋଓପିଆ ଓ ଆଫ୍ରିକା ସଂଘର ଭାରତୀୟ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟରତ ଅଛନ୍ତି । ରାଜଦୂତ ହେବା ପୂର୍ବରୁ ଅନୁରାଗ ବିଦେଶ ମନ୍ତ୍ରାଳୟର ଅର୍ଥ ବିଭାଗ ଦାୟିତ୍ବରେ ରହିଥିଲେ । ଏହାବ୍ୟତୀତ ଶ୍ରୀଲଙ୍କାରେ ଭାରତୀୟ ଉଚ୍ଚାୟୁକ୍ତଙ୍କ ରାଜନୀତି ବିଭାଗରେ ମଧ୍ୟ କାର୍ଯ୍ୟ କରିଛନ୍ତି ଅନୁରାଗ। ସେହିପରି ରବୀଶ୍‌ କୁମାରଙ୍କୁ ୟୁରୋପର ରାଷ୍ଟ୍ରଦୂତ ପଦ ମିଳିବା ନେଇ ମଧ୍ୟ ସୂଚନା ରହିଛି। ଦୁଇ ବର୍ଷ ହେବ ରବୀଶ କୁମାର ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ଭାବେ କାର୍ଯ୍ୟରତ ରହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ