ଚାଷୀଙ୍କୁ ଉଦ୍ଧବ ସରକାରଙ୍କ ଉପହାର : ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ ପାଇଁ ଘୋଷଣା

ମୁମ୍ବାଇ : ମହାରାଷ୍ଟ୍ର ବିଧାନସଭାରେ ମହାବିକାଶ ଅଘାଡି ସରକାରର ଅର୍ଥମନ୍ତ୍ରୀ ଅଜିତ୍‌ ପାଓ୍ବାର୍‌ ଚଳିତ ସରକାରଙ୍କ ପ୍ରଥମ ବଜେଟ୍‌ ଉପସ୍ଥାପନା କରିଛନ୍ତି। ଏହି ଅବସରରେ ରାଜ୍ୟର ୨ ଲକ୍ଷ ଚାଷୀଙ୍କ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ କରାଯିବା ନେଇ ଘୋଷଣା କରାଯାଇଛି। ଏହି ବଜେଟ୍‌ରେ ନଗର ବିକାଶ ବିଭାଗ ପାଇଁ ୬୦୨୫ କୋଟିର ବ୍ୟୟ ବରାଦ ରହିଥିବାବେଳେ ନୂତନ ମେଡିକାଲ କଲେଜ ନିର୍ମାଣ ଓ ଡାକ୍ତରଙ୍କ ସଂଖ୍ୟା ବୃଦ୍ଧି ହେବାର ମଧ୍ୟ ଗୁରୁତ୍ବ ଦିଆଯାଇଛି। ସେହିପରି ୧୦୭୪ ଗ୍ରାମ ପଞ୍ଚାୟତର ନିର୍ମାଣ ପାଇଁ ୧ ହଜାର କୋଟିର ବ୍ୟୟ ବରାଦ ରଖାଯାଇଛି। ବିଧାୟକଙ୍କୁ ମିଳୁଥିବା ଏଲଏଡି ଫଣ୍ଡକୁ ୨ କୋଟିରୁ ୩ କୋଟିକୁ ବୃଦ୍ଧି କରାଯାଇଛି।
ରାଜ୍ୟର ୮୦ ପ୍ରତିଶତ ଲୋକଙ୍କୁ ରୋଜଗାର ଦେବା ପାଇଁ ସରକାର ଆଇନ ପ୍ରଣୟନ କରିବେ ବୋଲି ଘୋଷଣା କରାଯାଇଛି। ସେହିପରି ମୁମ୍ବାଇ – ଗୋଆ ହାଇଓ୍ବେ ପାଇଁ ଭୂମି ଅଧିଗ୍ରହଣ ପାଇଁ ୧୨୦୦ କୋଟିର ବ୍ୟୟ ବରାଦ ରଖାଯାଇଛି। ଶକ୍ତି କ୍ଷେତ୍ରର ବିକାଶ ପାଇଁ ୮ ହଜାର କୋଟିଟଙ୍କାର ନିବେଶ କରାଯିବ ବୋଲି ବରାଦ ରହିଛି। ସେହିପରି ନଭୀ ମୁମ୍ବାଇଠାରେ ମହାରାଷ୍ଟ୍ର ଭବନ ନିର୍ମାଣ କରାଯିବ ନେଇ ଯୋଜନା ପ୍ରସ୍ତୁତ କରାଯାଇଛି। ଶିକ୍ଷା ପାଇଁ 6ହଜାର କୋଟିର ବ୍ୟୟ ବରାଦ ରହିଥିବାବେଳେ ପୁଣେର ଅନ୍ତରାଷ୍ଟ୍ରୀୟ ସ୍ପୋର୍ଟସ୍‌ ୟୁନିଭରସିଟି ନିର୍ମାଣ କରାଯିବାର ଘୋଷଣା କରାଯାଇଛି। ପାଓ୍ବାର ତାଙ୍କ ବଜେଟ୍‌ ଭାଷଣରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ମହିଳା ପୋଲିସ୍‌ ଥାନା ସ୍ଥାପନ କରାଯିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ