ଦୁଇ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପୋଷାକ ବଣ୍ଟନ ମେଳା
ବୁଗୁଡା : ମାଣିବନ୍ଧ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦ୍ୱୟର ମିଳିତ ବାର୍ଷିକ ଉତ୍ସବ ଓ ପୋଷାକ ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦ୍ବିତୀକୃଷ୍ଣ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବକୁ ନରେନ୍ଦ୍ର ନାଥ ଷଡଙ୍ଗୀ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ନିରଞ୍ଜନ ଖଡଙ୍ଗା, ସମ୍ମାନୀତ ଅତିଥି ଭାବେ ଅନ୍ତରପଡ଼ା ସମିତି ସଭ୍ୟ ଦୁର୍ଯ୍ୟୋଧନ ସ୍ଵାଇଁ, ପ୍ରାଥମିକ ବିଦ୍ୟାଳୟ ଏସଏମସି ସଭାପତି ବାବୁଲା ଗୌଡ଼, ଉ ପ୍ରା ବିଦ୍ୟାଳୟ ସଭାପତି ବିଶ୍ୱନାଥ ସ୍ବାଇଁ, ସିଆରସିସି ରାଜେଶ ସାହୁ ଯୋଗଦେଇ ପ୍ରତିଯୋଗୀତରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଏବଂ ସମସ୍ତ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ପ୍ରଦାନ କରିଥିଲେ । ଉପ୍ରା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶିବରାମ ଜେନା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଦୁଇ ବିଦ୍ୟାଳୟର ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନାରେ ସହଯୋଗ କରିଥିଲେ।