ବାଦ ପଡ଼ିଥିବା ଭୋଟରଙ୍କ ନାମ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ

ରାୟଗଡ଼ା,(ଯୋଗେଶ୍ୱର ଦାସ) ସ୍ୱତନ୍ତ୍ର ସଂଘନ ସଂଶୋଧନ ପ୍ରକ୍ରିୟା ସମାପ୍ତ ପରେ ନିର୍ବାଚନ ତାଲିକାରୁ ବାଦ ପଡ଼ିଥିବା ତଥା ପ୍ରଥମ ଥର ଭୋଟ ଦେବାକୁ ଯୋଗ୍ୟ ଯୁବ ଓ ନୂତନ ଭୋଟରଙ୍କ ନାମ ପଞ୍ଜୀକରଣ ନିମନ୍ତେ ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ଅଭିଯାନ ବାମଛାଡ଼ିଯାଇଥିବା ଏବଂ ପ୍ରଥମ ଥର ପାଇଁ/ଯୁବ ଭୋଟରଙ୍କ ନାମଲେଖା ପାଇଁ ସ୍ୱତନ୍ତ୍ର ଅଭିଯାନ ଆୟୋଜନ କରାଯାଉଛି। ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନିର୍ବାଚନ ତାଲିକାରେ ଏପର୍ଯ୍ୟନ୍ତ ସାମିଲ ହୋଇନଥିବା କିମ୍ବା ପୂର୍ବରୁ ନାମ ଥିଲେ ମଧ୍ୟ ବର୍ତ୍ତମାନ ତାଲିକାରେ ନଥିବା ଯୋଗ୍ୟ ନାଗରିକଙ୍କୁ ଚିହ୍ନଟ କରି ଆବଶ୍ୟକ ସହାୟତା ଯୋଗାଇବା। ଅଭିଯାନ ଅନ୍ତର୍ଗତ ବୁଥ୍‌ସ୍ତରୀୟ ଅଧିକାରୀ (ବି ଏଲ୍ ଓ)ମାନେ ବର୍ତ୍ତମାନର ନିର୍ବାଚନ ତାଲିକାକୁ ଏସଆଇଆର୍ ପୂର୍ବର ନିର୍ବାଚନ ତାଲିକା ସହ ତୁଳନା କରିବେ। ପୂର୍ବ ତାଲିକାରେ ନାମ ଥିଲେ ମଧ୍ୟ ବର୍ତ୍ତମାନ ତାଲିକାରେ ନଥିବା ଭୋଟରଙ୍କ ତାଲିକା ପ୍ରସ୍ତୁତ କରାଯିବ। ଚିହ୍ନଟ ଭୋଟରଙ୍କ ଘରକୁ ଘର ଯାଇ ଘରକୁ ଘର ଯାଞ୍ଚ କରାଯାଇ ସେମାନଙ୍କ ବର୍ତ୍ତମାନ ସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ। ଯୋଗ୍ୟ ଥିବା ଭୋଟରଙ୍କୁ ଫର୍ମ – ୬ ଦାଖଲ କରି ନାମ ପଞ୍ଜୀକରଣ କରିବାରେ ବିଏଲଓ ମାନେ ସହଯୋଗ କରିବେ। ପ୍ରତ୍ୟେକ ବିଏଲଓ ପ୍ରତି ସପ୍ତାହରେ ଭୋଟରଙ୍କୁ ଚିହ୍ନଟ କରି ଅଭିଯାନକୁ ପ୍ରାୟ ଏକ ମାସ ମଧ୍ୟରେ ସମ୍ପନ୍ନ କରିବା ଲକ୍ଷ୍ୟ ରଖିବେ। ବାଦ ପଡ଼ିଥିବା, ପ୍ରଥମ ଥର ଭୋଟର ଓ ଯୁବ ଭୋଟରଙ୍କ ଠାରୁ ଫର୍ମ -୬ ଆବେଦନ ଗ୍ରହଣ ପାଇଁ ବୁଥ୍ ସ୍ତରୀୟ ଏଜେଣ୍ଟମାନେ ଆୟୋଜନ କରାଯିବ। ଏଥିସହ ରାତ୍ରି ଆଶ୍ରୟସ୍ଥଳ, ଶ୍ରମିକ କଲୋନୀ, ଗୃହହୀନ ଓ ଅନ୍ୟାନ୍ୟ ବଞ୍ଚିତ ବର୍ଗଙ୍କ ପାଇଁ ମଧ୍ୟ ଆବଶ୍ୟକତାନୁସାରେ ସ୍ୱତନ୍ତ୍ର କ୍ୟାମ୍ପ ଆୟୋଜନ କରାଯିବ।ଶିକ୍ଷାନୁଷ୍ଠାନ, ସ୍ଥାନୀୟସ୍ତରୀୟ ଯୋଗାଯୋଗ, କାର୍ଯ୍ୟକ୍ରମ, ପ୍ରେସ ବ୍ରିଫିଂ ଓ ଅନ୍ୟାନ୍ୟ ଉପଯୁକ୍ତ ମାଧ୍ୟମରେ ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକାରେ ନାମ ପଞ୍ଜୀକରଣ ସୁଯୋଗ ସମ୍ପର୍କରେ ସଚେତନ କରାଯିବ। ବିଏଲଓ ମାନଙ୍କ ଦ୍ୱାରା ପ୍ରସ୍ତୁତ ତାଲିକା ସ୍ୱୀକୃତ ରାଜନୈତିକ ଦଳଗୁଡ଼ିକର ବୁଥ୍ ସ୍ତରୀୟ ଏଜେଣ୍ଟମାନେ (ବିଏଲଏ)ଙ୍କ ସହ ଅଂଶୀଦାର କରାଯିବ। ଯାଞ୍ଚ ପରେ ଫର୍ମ -୬ ଆବେଦନ ଓ ଫିଲ୍ଡ ଭେରିଫିକେସନ୍ ରିପୋର୍ଟ ସମ୍ପୃକ୍ତ ନିର୍ବାଚନ ପଞ୍ଜିକରଣ ଅଧିକାରୀ (ଇ ଆର୍ ଓ)ଙ୍କ ନିକଟରେ ଆବଶ୍ୟକୀୟ ପଦକ୍ଷେପ ପାଇଁ ଦାଖଲ କରାଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ