ମୋଟର ଯାନ ଆଇନକୁ ସାମୟିକ କୋହଳ କରିବାକୁ ବାଣିଜ୍ୟ ଓ ପରିବହନ ବିଭାଗକୁ ଚିଠି ଦେଲେ ଓଡ଼ିଶା ଯୁବ କଂଗ୍ରେସ
ଭୁବନେଶ୍ବର : ସଂଶୋଧିତ ମୋଟର ଯାନ ଆଇନକୁ ସମାୟିକ କୋହଳ କରିବା ନିମେନ୍ତ ବାଣିଜ୍ୟ ଓ ପରିବହନ ବିଭାଗକୁ ଚିଠି ଲେଖିଛନ୍ତି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ। ଭାରତ ସରକାରଙ୍କ ଦ୍ବାରା ପ୍ରଣୀତ ନୂତନ ମୋଟର ଯାନ ସଂଶୋଧିତ ଆଇନ ୨୦୧୯ ସମଗ ଦେଶରେ ୨୦୧୯ ସେପ୍ଟେମ୍ବର ୧ ତାରିଖଠାରୁ ଲାଗୁ କରାଯାଇଅଛି । ୬ ମାସର ସାମୟିକ କୋହଳ ପରେ ରାଜ୍ୟ ଓଡ଼ିଶାରେ ଚଳିତ ମାର୍ଚ୍ଚ ମାସରୁ କଡାକଡି କରାଯାଇଛି । ଏହାକୁ ନେଇ ଓଡ଼ିଶା ଯୁବ କଂଗ୍ରେସ ବାଣିଜ୍ୟ ଓ ପରିବହନ ବିଭାଗକୁ ଚିଠି ଲେଖିଛି । ଏହି ଚିଠିରେ ବିଭିନ୍ନ ସମସ୍ୟା ସହ ଏହି ସମାଧନାର ପ୍ରତି ସମୟୋଚିତ ପଦକ୍ଷେପ ନେବାକୁ ନିବେଦନ କରାଯାଇଛି ।
ବିଭିନ୍ନ ସ୍ଥାନରେ ଆରକ୍ଷୀ ଏବଂ ଟ୍ରାଫିକ୍ ଅଧିକାରୀମାନେ କାଗଜପତ୍ର ଯାଞ୍ଚ ବେଳେ ଅତ୍ୟଧିକ ପ୍ରତିକ୍ରିୟାଶୀଳ ହୋଇ ସାଧାରଣ ଲୋକମାନଙ୍କୁ ଦୁଃବ୍ୟବହାର କରାଯାଉଥିବାର ଅଭିଯୋଗ କରାଯାଇଛି ଏହି ପତ୍ର ମାଧ୍ୟମରେ। ସେହିପରି ଓଡ଼ିଶାର ଜନସାଧାରଣଙ୍କର ଆର୍ଥିକ ସ୍ଥିତିକୁ ବିଚାରକୁ ନେଇ ଉକ୍ତ ଆଇନରେ ଜରିମାନାର ସର୍ବାଧିକ ମାତ୍ର ୧୦୦୦ଟଙ୍କାରେ ସୀମିତ ରଖିବା ନେଇ ଅନୁରୋଧ କରାଯିବା ସହିତ ଓଡିଶା ପାଇଁ ଏହି ମୋଟର ଯାନ ଆଇନରେ ଆଉ ୬ ମାସ କୋହଳ କରାଯିବା ନେଇ ପତ୍ରରେ ଉଲ୍ଲେଖ କରାଯାଇଛି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ନିକଟକୁ ପତ୍ର ପଠାଇବା ଅବସରରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରସର ସଭାପତି ଲୋକନାଥ ମହାରଥୀଙ୍କ ସମେତ ପୂର୍ବତନ ଚିଲିକା କଂଗ୍ରେସର ଯୁବ ସଭାପତି ଶେଷଦେବ ବରାଳ ମଧ୍ୟ ଉପସ୍ଥିତ ରହିଥିଲେ।


