ଗୁରୁଦିବସ ବଦଳୁଛି ସମୟ: ବଦଳୁଛି ଗୁରୁପୂଜନ ପରମ୍ପରା

ଆସିକା  (ୱାଇଏନ୍‍ଏସ୍‍) : ଆଜି ଅର୍ଥାତ୍‍ ସେପ୍ଟେମ୍ବର ମାସ ୫ ତାରିଖରେ ପାଳିତ ହୋଇଥାଏ ଗୁରୁଦିବସ । ଗୁରୁଙ୍କୁ ନ ମଣିବ ନର ଗୁରୁ ହିଁ ସାକ୍ଷାତ ଇଶ୍ୱର ଏହି କଥାକୁ ପିଲା ଦିନରୁ ଶୁଣିବାକୁ ମିଳିଥାଏ । ଗୁରୁଙ୍କୁ ସବୁଦିନ ପ୍ରଣାମ କରାଯାଉଥିଲେ ମଧ୍ୟ ଗୋଟିଏ ଦିନ ଗୁରୁମାନଙ୍କୁ ଚନ୍ଦନ ତିଳକ, ଫୁଲ ଅର୍ପଣ ପୂର୍ବକ ବନ୍ଦାପନା କରି ପୂଜାର୍ଚ୍ଚନା କରାଯାଇଥାଏ । ଅତୀତରେ ଗୁରୁଦିବସରେ ପ୍ରାୟତଃ ଗୁରୁମାନଙ୍କୁ ଉପହାର ଦିଆଯାଉନଥିଲା । ବିଦ୍ୟାଳୟମାନଙ୍କରେ ଗୁରୁମାନଙ୍କୁ ଫୁଲ ଓ ଚନ୍ଦନ ଅର୍ପଣ ପୂର୍ବକ ଆଶୀର୍ବାଦ ନେବା ସହିତ ଗୁରୁମାନଙ୍କ ଉଦ୍ଦେଶ୍ୟରେ ମତ ଦେଇ ଗୁରୁଦିବସ ପାଳନ କରାଯାଉଥିଲା । ଏପରିକି କେତେକ ଶିଷ୍ୟ ଗୁରୁଦିବସରେ ଗୁରୁମାନଙ୍କ ଘରକୁ ଯାଇ ପାଦ ଧୌଚ କରିବା ସାଙ୍ଗକୁ ଆଶୀର୍ବାଦ ଭିକ୍ଷା କରି ଫେରୁଥିଲେ । ହେଲେ ଆଧୁନିକତାର ଛାପରେ ଏବେ ସମୟ ବଦଳିବା ସହିତ ପରମ୍ପରା ମଧ୍ୟ କେତେକାଂଶରେ ଦିନକୁ ଦିନ ବଦଳିବାରେ ଲାଗିିଛି । ଗୁରୁଦିବସରେ ଗୁରୁମାନଙ୍କୁ ଅଧିକାଂଶ ଶିଷ୍ୟ ବିଭିନ୍ନ ପ୍ରକାରର ଉପହାର ଦେଉଥିବା ଦେଖିବାକୁ ମିଳୁଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଛୋଟବଡ ବହୁ ଶିକ୍ଷାନୁଷ୍ଠାନ ଥିଲା ବେଳେ ଗୁରୁଦିବସ ପାଳନ ପୂର୍ବରୁ ଗିଫ୍ଟ ଦୋକାନ ଓ ପୁୁସ୍ତକ ଦୋକାନ ଗୁଡିକରେ କେତେକ ଶିଷ୍ୟଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଛି । ଏଥି ସହିତ କେତେକ ଗୁରୁମାନଙ୍କ ଉଦ୍ଦେଶ୍ୟରେ ବହୁ ଶିଷ୍ୟ ଫୁଲତୋଡା, ଫଟୋଫ୍ରେମ୍‍, ପେନ୍‍ ସମେତ ଅନ୍ୟାନ୍ୟ ସାମଗ୍ରୀ ଗୁରୁଦିବସରେ ଗିଫ୍ଟ ଆକାରରେ ଦେବା ଲାଗି ପ୍ରସ୍ତୁତି ଚଳାଇଥିବା ଜଣାପଡିଛି । ଏଥିସାଙ୍ଗକୁ ଦୂରରେ ରହୁଥିବା କେତେକ ଶିଷ୍ୟମାନେ ମଧ୍ୟ ସେମାନଙ୍କ ପ୍ରିୟ ଗୁରୁଙ୍କ ପାଇଁ ଅନ୍‍ଲାଇନ୍‍ରେ ଉପହାର ପଠାଇଥିବା ଲକ୍ଷ୍ୟକରାଯାଇଛି । ଏଥି ସହିତ ଆଜିକା ଦିନରେ ଅନ୍‍ଲାଇନ୍‍ରେ ଗୁରୁଙ୍କ ସଂଖ୍ୟା ମଧ୍ୟ କିଛି ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ