– ଜ୍ୟୋତିଷ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ର ଅନୁସାରେ ଅତି ଊପକାରି ମୟୁର ଚନ୍ଦ୍ରିକା
–
୧.ବାସ୍ତୁ ମତରେ ମୟୂର ପର ଯଦି ଗୃହର ପୂର୍ବ କିମ୍ବା ଉତ୍ତର-ପଶ୍ଚିମ କାନ୍ଥରେ, ନିଜ ପକେଟରେ କିମ୍ବା ଡାଏରୀରେ ରଖାଯାଏ ରାହୁ ଓ ଶନିଙ୍କର କୋପଦୃଷ୍ଟି ହଇରାଣ କରିନଥାଏ ଓ ଗୃହରେ ବିଶଧର ଜୀବଙ୍କର ଭୟ ଦୂର ହୋଇଥାଏ ॥
୨. ଗୃହର ଦକ୍ଷିଣ-ପୂର୍ବ କୋଣରେ ରଖିଲେ ଦୈନଦିନ ସମସ୍ୟାରୁ ମୁକ୍ତି ମିଳିଥାଏ ॥
୩. ଯଦି ଏକ ମୟୂର ପର ଭଗବାନ ରାଧାକୃଷ୍ଣ ମନ୍ଦିରରେ କୃଷ୍ଣଙ୍କର ଚନ୍ଦ୍ରିକା ଭାବେ ଚଢାଯାଏ ଓ ୪୧ଦିନ ପର୍ଯ୍ୟନ୍ତ ଲହୁଣୀ ଓ ମିଶ୍ରି ଭୋଗ ଅର୍ପଣ କରାଯାଏ ଏବଂ ୪୧ଦିନ ପରେ ଯଥାବିଧି ଦକ୍ଷିଣା ଓ ଭୋଗ ଦେଇ ବରଣ କରି ଆଣି ଗୃହର କିମ୍ବା ବ୍ୟବସାୟର ଧନ ରଖୁଥିବା ସ୍ଥାନରେ ସ୍ଥାପନା କରାଯାଏ ଜୀବନରେ କେବେ ଅର୍ଥାଭାବ ରହିବ ନାହିଁ ॥
୪. ଜ୍ୟୋତିଷିକ ପ୍ରତିକାର ମତରେ ଯଦି କୁଣ୍ଡଳୀରେ କାଳସର୍ପ ଯୋଗ ରହିଥାଏ (ଅର୍ଥାତ କୁଣ୍ଡଳୀରେ ରାହୁ ଏବଂ କେତୁଙ୍କ ମଧ୍ୟରେ ସମସ୍ତ ଗ୍ରହ ଯଦି ଥିବେ)
ତେବେ –
” ଶୋଇଲା ବେଳେ ତକିଆ ତଳେ ୭ଟି ମୟୂର ପର ଓ ଶୋଇବା ଗୃହର ପଶ୍ଚିମ ଦିଗ କବାଟ କିମ୍ବା କାନ୍ଥରେ ୧୧ଟି ମୟୂର ପର ରଖିଲେ କାଳସର୍ପ ଦୋଷର ଅଶୁଭ ପ୍ରଭାବ କମିଥାଏ ॥
୫. ଛୋଟ ପିଲା ଯଦି ସବୁବେଳେ ଦୃଷ୍ଟି ହେଉଥାଏ ତେବେ ରୁପା ତାବିଜରେ ପୟୂର ପୁଛ ରଖି ପିଲାଟି ଦେହରେ ବାନ୍ଧିଦେଲେ ଅଶୁଭ ପ୍ରଭାବ କମିଥାଏ ॥
୬. ପିଲା ଜିଦ୍ଦିଖୋର ହେଉଥିଲେ ଗୃହର ପଙ୍ଖା ତଳେ ମଯୂର ପର ରଖିବେ ଯେମିତି ଏହାର ପବନ ପିଲା ଦେହରେ ବାଜୁଥିବ ଦେଖିବେ ଧିରେଧିରେ ପ୍ରଭାବ କମିବ ॥